କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା: ପୁଣି ରିମାଣ୍ଡରେ ଗଲେ ପ୍ରେମୀଯୁଗଳ

ଭୁବନେଶ୍ୱର: ତମାଣ୍ଡୋ ନିକଟସ୍ଥ ଏକ ଇନଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ଘଟଣା । ଏହି ଘଟଣାରେ ପୋଲିସ ଏବେ ଘନଘନ ଜେରା କରୁଛି । ତେବେ ମାମଲାରେ ଗିରଫ ହୋଇଥିବା ପ୍ରେମିକ ବିକାଶ କୁମାର ଓ କଲେଜର ମହିଳା କର୍ମଚାରୀ ତଥା ପ୍ରେମିକା ପାୟଲ ମହାପାତ୍ରଙ୍କ ୩ ଦିନଆ ରିମାଣ୍ଡ ଶେଷ ହୋଇଛି ।

ତେବେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ନେବା ପାଇଁ ତମାଣ୍ଡୋ ଥାନା ପୋଲିସର ଆବେଦନ କରିଛି । ପୁଣି ଉଭୟଙ୍କୁ ୫ ଦିନଆରେ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିବା ବେଳେ ଉଭୟଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।

ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରେମିକ ବିକାଶ ଓ ପ୍ରେମିକା ପାୟଲକୁ ୩ ଦିନ ରିମାଣ୍ଡରେ ନେଇଥିଲା ପୋଲିସ । ସେମାନଙ୍କୁ ଜେରା ସମୟରେ ଅନେକ ତଥ୍ୟ ମିଳିଛି । ହେଲେ ଅନେକ କଥା ଉପରୁ ପରଦା ଉଠିବାକୁ ବାକି ରହିଛି । ସେଥିପାଇଁ ଉଭୟଙ୍କୁ ୨ୟ ପର୍ଯ୍ୟାୟ ରିମାଣ୍ଡରେ ନେଇଛି ପୋଲିସ ।

nis-ad
Leave A Reply

Your email address will not be published.