ପୋଲିସ ଏକାଦଶ ଓ ପ୍ରେସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ : ପ୍ରେସ କ୍ଲବ ଏକାଦଶ  ବିଜୟୀ…

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ପୁଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲା ପ୍ରେସ କ୍ଲବଏକାଦଶ ଓ ପୋଲିସ ଏକାଦଶ ମଧ୍ୟରେ ପନ୍ଦର ଓଭର ଲେଖାଏଁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମେଚ ଅନୁଷ୍ଠିତହୋଇଥିଲା lଏହି ସଂଘର୍ଷ ପୁର୍ଣ ମ୍ୟାଚରେ ପ୍ରେସକ୍ଲବ ଟିମ ଦଶ ରନ ରେ ପୋଲିସ ଟିମକୁ ହରାଇ ଶେଷରେ ବିଜୟୀ ହୋଇଥିଲା l ଟସ ଜିତି ପ୍ରେସ କ୍ଲବ ଟିମ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ବିନିମୟରେ୧୬୪ ରନ ସଂଗ୍ରହ କରିଥିବାବେଳେ ପୋଲିସ ଏକାଦଶ ୮ ଉଇକେଟ ବିନିମୟରେ ୧୫୪ ରନ ସଂଗ୍ରହ କରିଥିଲେ lକ୍ୟାପଟେନ ଶିବ ନାୟକ ୧ ୯ ବଲ ରେ ଚାରିଟି ଚୌକା ମାଧ୍ୟମରେ ୨୭ ରନ ସଂଗ୍ରହ କରିଥିବା ବେଳେ ରାମ ୨୫ ବଲରେ ଦଶଟି ଚୌକା ଓ ୬ ଟି ଛକା ମାରି ୮୮ ରନ ସଂଗ୍ରହ କରିଥିବା ବେଳେ,କାହ୍ନା ୮ ଟି ବଲ ରେ ଦୁଇଟି ଚୌକା ମାରି ୯, ବିଭୁତି ୭, ଲୋକନାଥ ୧, ଚର୍ଚି ୨, ରଞ୍ଜନ ୭, ସନ୍ତୋଷ ଚାରି,ବିକାଶ ୫ ରନ କରିଥିଲେ l
ପ୍ରେସ କ୍ଲବ ପକ୍ଷରୁ ରାମ ସର୍ବାଧିକ ରନ ସଂଗ୍ରହ କରି ମେନ ଅଫ ଦି ମ୍ୟାଚ ଘୋଷିତ ହୋଇ ଥିଲେ l ସେହିପରି ବାଳକୃଷ୍ଣ ଚର୍ଚି ୩ଟି, ରଞ୍ଜନ ୧, , ବିଭୁତି ୨ ରାମ ଓ ରଞ୍ଜନ, ପ୍ରମୁଖ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ lସେହିପରି ପୋଲିସ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଙ୍କ କ୍ୟାପଟେନ ସିପରେ ଅନୁଷ୍ଠିତ ମ୍ୟାଚରେ ପୋଲିସ ଟିମ ପନ୍ଦର ଓଭରରେ ୧୫୪ ରନ ସଂଗ୍ରହ କରିଥିଲେ lସେଥିରୁ ତପନ ୭ଟା ଛକା ଓ ଦୁଇଟି ଚୌକା ସାହାଯ୍ୟ ରେ ୧୬ ବଲରେ ସର୍ବାଧିକ ୫୫ ରନ ସଂଗ୍ରହ କରିଥିଲେ l ଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଛକା ଓ ୫ ଟି ଚୌକା ମାରି ୨୮ ବଲରେ ଏକଚାଳିଶ ରନ ସଂଗ୍ରହ କରି ଥିଲେ l ବହୁ ଚେଷ୍ଟା ସ୍ଵତ୍ତ୍ୱେ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଜୀବନ ଖାତା ଖୋଲିନପାରି  ଆଉଟ ହୋଇଯାଇଥିଲେ l
ତେବେ ପୋଲିସ ଟିମର ଜିତୁ ୨୫, ଅନନ୍ତ ୫, ଅବନୀ ୨, ଅଭିଜିତ ୧ ୩ ରନ ସଂଗ୍ରହ କରିଥିଲେ lଏହି ମ୍ୟାଚ ରେ ପ୍ରେସ କ୍ଲବ ପକ୍ଷରୁ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ସଦସ୍ୟ ଜୟସେନ ପରିଡା, ବ୍ରଜ ନାୟକ, ଶିବ ରାମ ନାୟକ, ରଂଜିତ ଦିଗଲ , ରମେଶ ଚନ୍ଦ୍ର ପ୍ରଧାନ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଅଜିତ ମହାରଣା, ସୂର୍ଯ୍ୟ ନାରାୟଣ ବେହେରା, ସଦାଶିବ ପାତ୍ର, ଅଶୋକ ମହାନ୍ତି, କାହ୍ନ l ପଟନାୟକ, ବିଶ୍ୱ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ l ସେହିପରି ପୋଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.