ଗଞ୍ଜାମ ରେଡ୍ଡୀ ମହାଜନ ସଂଘର ସ୍ୱତନ୍ତ୍ର ଅଧିବେଶନ ସମାରୋହ

ଛତ୍ରପୁର: ଗଞ୍ଜାମ ସହର ଉପକଣ୍ଠ ପାଳିବନ୍ଧ ଗ୍ରାମପଞ୍ଚାୟତ ବିଞ୍ଛଣାପଲ୍ଲୀ ଗ୍ରାମ ନିକଟସ୍ଥ କୁଣ୍ଡାପୁଟ ଗ୍ରାମରେ ନବନିର୍ମିତ କୋଠା ଗଞ୍ଜାମ ତାଲୁକା ରେଡ୍ଡି ମହାଜନ ସଙ୍ଘମର ସଭାମଣ୍ଡପ ଗୃହର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆସ୍କା ଜୋନ୍ ସଭାପତି ଆର.ଭାଗିରଥୀ ରେଡ୍ଡୀ ସମ୍ମାନୀତ ଅତିଥୀଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।
ମୁଖ୍ୟଅତିଥି ଭାବେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ଶ୍ରୀକାକୁଲମ୍ ଆଦି ୫ଜିଲ୍ଲା ସଂଗଠନ ପରିଷଦର ସଭାପତି ସିଏଚ୍‌. ଦିଲେଶ୍ବର ରେଡ୍ଡୀ ଯୋଗଦେଇ କୁଳୀଣ ସମାଜର ଆଦର୍ଶ ନିୟମାବଳୀ ସମ୍ପର୍କିତ ନୂତନ ପୁସ୍ତିକା ର ଶୁଭଉନ୍ମୋଚନ କରିଥିଲେ ଏବଂ ଯୌତୁକ ପ୍ରଥା ବିଲୋପ, ବାଲ୍ୟବିବାହ ପ୍ରଥା ଉଚ୍ଛେଦ ଓ କୁଳ ସମାଜରେ କନ୍ୟାମାନଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା କରିଥିଲେ ।

ବିଭିନ୍ନ ଅଞ୍ଚଳରୁ ଆମନ୍ତ୍ରିତ ନବନିର୍ବାଚିତ ରେଡ୍ଡୀ ସମାଜ ର ରାଜନେତା ଙ୍କୁ ଏହି ସମାବେଶରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସାଧାରଣସମ୍ପାଦକ ଆର.ଶ୍ରୀନିବାସ ରେଡ୍ଡୀ, ଜୋନ୍ ସଭାପତି ଏସ.ବୈରାଗୀ ରେଡ୍ଡୀ, ଜୋନ୍ ସମ୍ପାଦକ ବି. ଡମ୍ବରୁ ରେଡ୍ଡୀ, ଆସ୍କା ଜୋନ ସମ୍ପାଦକ ଗୁରୁମୁର୍ତ୍ତୀ ରେଡ୍ଡୀ, ଖଲ୍ଲିକୋଟ ତାଲୁକା (କ)ସଭାପତି ସୀମାଞ୍ଚଳ ରେଡ୍ଡୀ, ଖଲ୍ଲିକୋଟ ତାଲୁକା (ଖ)ସଭାପତି ବିଜୟ ପ୍ରଧାନ, ଆସ୍କା ଜୋନ ସଭାପତି ସାରଙ୍ଗ ରେଡ୍ଡି, ଜିଲ୍ଲା ଉପ-ସଭାପତି କେ.ଦୁର୍ଯ୍ୟୋଧନ ରେଡି, ଏସ.କ୍ରିଷ୍ଣା ରେଡ୍ଡି, ଜି.ସାତେୟା ରେଡ୍ଡୀ, ଏ.ସଞ୍ଜୀବ ରେଡି, ତେରସ୍ଥାନ( ଛତ୍ରପୁର ) ତାଲୁକା ସଭାପତି ଏସ୍. କାନ୍ତାୟା ରେଡ୍ଡୀ, ସମ୍ପାଦକ ସିଏଚ. ପୂର୍ଣ୍ଣ କୁମାର ରେଡ୍ଡୀ, ଜିଲ୍ଲା ବରିଷ୍ଠ ସଦସ୍ୟ ସାଲା କ୍ରିଷ୍ଣା ରେଡ୍ଡୀ, ଡ଼ି.ରାମସ୍ୱାମୀ ରେଡ୍ଡୀ, ଯୁଗ୍ମ-ସମ୍ପାଦକ ପି.ସତ୍ୟନାରାୟଣ ରେଡ୍ଡୀ, ବରିଷ୍ଠ ଶିକ୍ଷାବିତ ଜି.ପାପାରାଓ,
ପୂର୍ବଖଣ୍ଡ ସଭାପତି ଓ ଆଠଗଡ଼ ସଭାପତି, ଜିଲ୍ଲା ଉପସଭାପତି ପ୍ରମୁଖଙ୍କ ସହ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କୁଳଭଦ୍ରମଣ୍ଡଳୀ, ସମ୍ମାନୀତ ଅତିଥି ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ଏବଂ ଏହି ଅଧିବେଶନରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
ଉକ୍ତ ସମାରୋହରେ ୨ ହଜାରରୁ ଅଧିକ ବ୍ୟକ୍ତିବିଶେଷ୍ୟ ଏହି ସାମାରୋହରେ ପ୍ରତିନିଧିତ୍ୱ କରିଥିଲେ । ଏହି ଅବସରରେ କଳସ ଯାତ୍ରା, ଘୃତଯଜ୍ଞ, ନାମଯଜ୍ଞ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

nis-ad
Leave A Reply

Your email address will not be published.