ଛତ୍ରପୁରର ଆରାଧ୍ୟା ଦେବୀ ମା’ରାମାୟାଣାଆମ୍ମାଙ୍କ ଠାକୁରାଣୀ ଯାତ୍ରାରମ୍ଭ

ଅସ୍ଥାୟୀ ଆଡ଼ପ ମଣ୍ଡପରେ ମା’ ବିଜେ କରିଛନ୍ତି ।

ଛତ୍ରପୁର : ଛତ୍ରପୁରର ଐତିହାସିକ ଲୋକକଥା ପ୍ରଚଳିତ ଠାକୁରାଣୀ ଯାତ୍ରା ପ୍ରତି ଦୁଇବର୍ଷରେ ଅର୍ଥାତ ଗୋଟିଏ ବର୍ଷକ ର ବ୍ୟବଧାନରେ ସମାହିତ ହେଉଥିବା ବେଳେ ଚଳିତବର୍ଷ ମା’ରାମାୟାଣାଆମ୍ମାଙ୍କ ଠାକୁରାଣୀ ଙ୍କ ଯାତ୍ରାରମ୍ଭ ହୋଇଛି । ଗୋଟିଏ ବର୍ଷ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ତହିଁଆର ବର୍ଷ ଦକ୍ଷିଣଓଡ଼ିଶାର ପ୍ରାଣକେନ୍ଦ୍ର ମହାନଗର ବ୍ରହ୍ମପୁର ସହରରେ ଏହି ଐତିହାସିକ ଲୋକକଥା ଚଳଣୀ ଗଣପର୍ବ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ବିଗତ ୨୦୧୮ ମସିହାରେ ଏହି ଯାତ୍ରା ଆୟୋଜନ ହୋଇଥିବା ପରେ ୨୦୧୯ ମସିହାରେ ବ୍ରହ୍ମପୁର ସହରରେ ଯାତ୍ରା ସମ୍ପାଦିତ ହୋଇଥିଲା । ୨୦୨୦ ମସିହାରେ କୋରଣା କଟକଣା ଲାଗି ଯାତ୍ରା ସେହି ବର୍ଷ ବନ୍ଦ ହୋଇଯାଇଥିଲା ।


ବ୍ରହ୍ମପୁର ର ମା’ ବୁଢ଼ୀ ଠାକୁରାଣୀ ସଆନ୍ତାଙ୍କ ଯାତ୍ରା ୨୦୨୧ ମସିହାରେ କୋରଣା କଟକଣା ମଧ୍ୟରେ ଵିଧିମତେ ପାଳିତ ହୋଇଯାଇଥିବାବେଳେ ଛତ୍ରପୁର ସହରରେଚଳିତବର୍ଷ ଏହିଯାତ୍ରା ପାଳନ କରାଯିବା ଲାଗି ବିଧିବଦ୍ଧ ପ୍ରସ୍ତୁତି ସମ୍ପନ୍ନ ହୋଇଯାଇଛି ।ଶୁକ୍ରବାର ମଧ୍ୟରାତ୍ରୀରେ ମା’ଙ୍କ ଆଜ୍ଞାମାଳ ଅଣାଯାଇ ଅସ୍ଥାୟୀ ଯାତ୍ରା-ପୂଜାମଣ୍ଡପ କୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପୁଷ୍ପବରଣ ହୋଇଥିବା ଚାଙ୍ଗୁଡା ରେ ଦେବୀ ଙ୍କୁ ଅଣାଯାଇଛି । ଶୁକ୍ରବାର ରାତ୍ରି ୨ଘଣ୍ଟା ୩୦ମିନଟ ସମୟରେ ମା’ପ୍ରସନ୍ନ ହୋଇଛନ୍ତି । ଦେବୀ ବାପ ଘରକୁ ଯିବା ପାଇଁ ଖୁସିବ୍ୟକ୍ତ କରିଛନ୍ତି । ଡାକରାରେ ଆସିଥିବା ଭଦ୍ରମଣ୍ଡଳୀ ଙ୍କୁ ସମ୍ମାନ ପ୍ରଦର୍ଶନ କରି ଠାକୁରାଣୀ’ ବାପ ଘରକୁ ଆସିଛନ୍ତି । ଶନିବାର ସକାଳୁ ସକାଳୁ ଅସ୍ଥାୟୀ ଆଡ଼ପମଣ୍ଡପରେ ଶ୍ରଦ୍ଧାଳୁଭକ୍ତଜନ ଙ୍କ ସମାବେଶରେ ଚଳଚଞ୍ଚଳ ମୟହୋଇଉଠିଛି ।

nis-ad
Leave A Reply

Your email address will not be published.