ବାତ୍ୟାକୁ ନେଇ ଅଯଥା ଭୟଭୀତ ହୁଅନ୍ତୁ ନାହିଁ : SRC

ଭୁବନେଶ୍ବର: ବାତ୍ୟା ସମ୍ଭାବନା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ଜରୁରୀ ସୂଚନା । ଆସୁଛି ସମ୍ଭାବ୍ୟ ବାତ୍ୟା ଅସାନୀ। ୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା। ୭ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବ। ଅବପାତ ପରେ IMD ବାତ୍ୟାର ଚିତ୍ର ସ୍ପଷ୍ଟ କରିବ। ୮ ସୁଦ୍ଧା ମତ୍ସ୍ୟଜୀବୀମାନେ ସମୂଦ୍ରରୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି SRC । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇବ ବାତ୍ୟା ଅସାନୀ ।

୧୦ ତାରିଖରେ ଉପକୂଳଠାରୁ ୨୫୦ କି.ମି ଦୂରରେ ରହିଥିବ ସାମୁଦ୍ରିକ ଝଡ଼ । ତେବେ ଏହାର ପ୍ରଭାବରେ ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୮ ତାରିଖ ସକାଳୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା । ସବୁ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାକୁ ନୌସେନା ସହ ଆଲୋଚନା ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ବାତ୍ୟା ଅସାନୀ ମୁକାବିଲା ପାଇଁ ପ୍ରଭାବିତ ଆଶଙ୍କା ଥିବା ସ୍ଥାନରେ ୨୦ଟି ଓଡ୍ରାଫ, ୧୭୫ଟି ଅଗ୍ନିଶମ ବାହିନୀ ଓ ୧୭ଟି NDRF ଟିମ୍‌ ମୁତୟନ ରହିବେ । ସମ୍ଭାବ୍ୟ ବାତ୍ୟାର ଗତିପଥକୁ ଦେଖି ଟିମ୍‌ ମୁତୟନ କରାଯିବ । ବାତ୍ୟାକୁ ନେଇ ଅଯଥା ଭୟଭୀତ ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

nis-ad
Leave A Reply

Your email address will not be published.