ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ ମହାନ୍ତିଙ୍କୁ ବି ଏଭଳି ଫୋନ ଆସିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ନିଜେ ସାଂସଦ ।

ସବୁଠାରୁ ବଡ କଥା ହେଲା ଢେଙ୍କାନାଳରୁ ସିମ କାରବାରର ଲିଙ୍କ ସିଧାସଳଖ ନାଇଜେରିଆ ଅପରାଧୀଙ୍କ ଯାଏଁ ଲମ୍ବିଛି ।ବାଚସ୍ପତିଙ୍କ ଫଟୋ ବ୍ୟବହାର କରି ଅପରାଧୀ ହ୍ୱାଟ୍ସଅପ ଆକାଉଣ୍ଟରୁ ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ । ସଂପୃକ୍ତ ନମ୍ବର ଢ଼େଙ୍କାନାଳ ତାଳବୋରକୋଟ ଅଞ୍ଚଳରୁ ଆକ୍ଟିଭ ହୋଇଥିଲା । ଏହି ଘଟଣା ପରେ ଦିଲ୍ଲୀ ଗୁଇନ୍ଦାବିଭାଗ ଓ ଦିଲ୍ଲୀ ପୁଲିସର ଖୋଳତାଡ ହୋଇଛି । ଏହାର ଚେର ବିଦେଶକୁ ବି ଲମ୍ବିଛି ।

ମାମଲାର ମୁଖ୍ୟ କାର୍ପଟଦାର ଦୁଷ୍ମନ୍ତଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ୭ ବ୍ୟାଙ୍କ ଆକାଉଣ୍ଟ ଓ ୩ ପେଟିଏମ ଆକାଂଉଟ ରହିଛି । ଜବତ ହୋଇଥିବା ଆକାଉଣ୍ଟରୁ ୩୦ଲକ୍ଷ ଟଙ୍କାର କାରବାର ହୋଇଛି ।

nis-ad
Leave A Reply

Your email address will not be published.