ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ; ୯୦ଟି ପ୍ଲଟ୍, ୪ଟି କୋଠା ଓ ୩ଟି ଫ୍ଲାଟ୍ ଠାବ

ଭୁବନେଶ୍ଵର: କୋଟିପତି ପ୍ରାଣୀଧନ ନିରୀକ୍ଷକ। କଟକ ଓ ଭୁବନେଶ୍ଵରରେ ଅଛି ୯୦ଟି ପ୍ଲଟ୍। ଭିଜିଲାନ୍ସ ଚଢାଉ ବେଳେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ତେବେ ଜଗନ୍ନାଥଙ୍କ ନାଁରେ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ୍ ରହିଛି। ବାଙ୍କୀରେ ଆଉଟ୍ ହାଉସ୍, ଭୁବନେଶ୍ଵରରେ ତିନି ମହଲା ମାର୍କେଟ୍ କମ୍ପ୍ଲେକ୍ସ ରହିଛି।

ସେହିପରି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା ଓ ୫୦୦ ଗ୍ରାମ୍‌ର ସୁନା ଠାବ ହୋଇଛି। ତେବେ ଭିଜିଲାନ୍ସ ଏବେବି ଚଢାଉ ଜାରି ରଖିଛି। ଆଗକୁ ଆହୁରି ସମ୍ପତ୍ତି ଠାବ ହୋଇପାରେ ବୋଲି ଅନୁମାନ କରାଯାଉଛି।

ପ୍ରକାଶ ଥାଉକି, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା। ଖୋର୍ଦ୍ଧା, କଟକ ଓ ଭୁବନେଶ୍ଵର ସମେତ ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଥିଲା। କଟକ ଭିଜିଲାନ୍ସ ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଏହି ଚଢାଉ କରାଯାଇଛି। ଏହି ଚଢାଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନସ୍‌ପେକ୍ଟର ସାମିଲ ଅଛନ୍ତି।

nis-ad
Leave A Reply

Your email address will not be published.