ପୋଡ଼ି ହୋଇଥିବା ଶିଶୁକୁ ମିଳିଲା ଏସି କ୍ୟାବିନ୍‌ , ବୁର୍ଲା ସ୍ଥାନାନ୍ତର ହେଲେ ବିଧାୟକ ସୁବାସ ପାଣିଗ୍ରାହୀ

ଦେବଗଡ଼: ଖବର ପ୍ରସାରଣ ପରେ ଏସି କ୍ୟାବିନରୁ ବାହାରି ବୁର୍ଲା ଗଲେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ । ଦେବଗଡ଼ ହସ୍ପିଟାଲରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଡିହୋଇ ଗୁରୁତର ହୋଇଥିବା ଶିଶୁକୁ ଏସି କ୍ୟାବିନରୁ ବାହାର କରି ବିଧାୟକଙ୍କୁ ରୁମ୍ ଦିଆଯାଇଥିଲା । ଦେଗବଡ଼ ବିଧାୟକ ସୁବାସ ପାଣିଗ୍ରାହୀ ବିଡିଓଙ୍କୁ ମାଡ ମାରିବା ଘଟଣାରେ ଜେଲ ଯାଇଥିଲେ ।

କିନ୍ତୁ ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଦେବଗଡ଼ ହସ୍ପିଟାଲକୁ ନିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଠିକ୍ ଭାବେ କାମ କରୁଥିବା ଗୋଟିଏ ଏସି କ୍ୟାବିନ୍ ରହିଛି । ପୂର୍ବରୁ ସେହି ଏସି କ୍ୟାବିନ୍ରେ ଥିବା ଜଣେ ୮ ବର୍ଷର ଶିଶୁକୁ ଜେନେରାଲ ୱାର୍ଡକୁୁ ପଠାଇ ଦିଆଯାଇଥିଲା । ସେହି ୮ବର୍ଷର ପିଲା ନିଆଁରେ ପୋଡି ଯାଇଥିଲେ । ସେଥିପାଇଁ ଏସି କ୍ୟାବିନ୍ରେ ତାଙ୍କୁ ଚିକିତ୍ସା କରାଯାଉଥିଲା । କାରଣ ପୋଡି ଯାଇଥିବା ରୋଗୀଙ୍କ ପାଇଁ ଏସି ଆରାମ ଦେଇଥାଏ ଏବଂ ଶୀଘ୍ର ଆରୋଗ୍ୟ ହେବାରେ ମଧ୍ୟ ସହାୟକ ହୋଇଥାଏ ।

କିନ୍ତୁ ବିଧାୟକ ସୁବାସ ପାଣିଗ୍ରାହୀ ଆସିବା ପରେ ଏହି ୮ବର୍ଷର ପିଲାଟିକୁ ସାଧାରଣ ୱାର୍ଡକୁ ନିଆଯାଇଥିଲା । ଅତ୍ୟଧିକ ଗରମରେ ପିଲାଟିକୁ ଖୁବ୍ ଯନ୍ତ୍ରଣା ହେଉଥିବା ମଧ୍ୟ ତାଙ୍କ ଅଜା ଆଈ କହିଛନ୍ତି । ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ, ଏବେ ବିଧାୟକ ଆସୁଛନ୍ତି । ବିଧାୟକ ହସ୍ପିଟାଲରୁ ଯିବା ପରେ ପୁଣି ଶିଶୁକୁ ସେହି ଏସି ରୁମ୍କୁ ନିଆଯିବ ବୋଲି କୁହାଯାଇଥିଲା ।

nis-ad
Leave A Reply

Your email address will not be published.