କଟକ, ଭଦ୍ରକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ଉତ୍ସାହର ସହ ପାଳିତ ହେଉଛି ଇଦ୍‌

ଆଜି ଭାଇଚାରାର ପର୍ବ ଇଦ୍‌। ଦୁଇବର୍ଷ ପରେ ସମୂହ ଭାବେ ପାଳନ ହେଉଛି ଏହି ପର୍ବ। ରଙ୍ଗବେରଙ୍ଗର ଆଲୋକରେ ଝଲସୁଛି ମସଜିଦ୍‌ । ମସଜିଦ୍‌ ଯାଇ ସମୁହ ନମାଜ ପାଠ କରିଛନ୍ତି ମୁସଲିମ ଧର୍ମାବଲମ୍ବୀ। ଏହା ସହ ପରସ୍ପରକୁ ଆଲିଙ୍ଗନ କରି ପରସ୍ପରକୁ ଇଦ୍‌ ମୁବାରକ ଜଣାଇଛନ୍ତି। ଘରେ ଘରେ ପ୍ରସ୍ତୁତ ଚାଲିଛି ସ୍ୱାଦିଷ୍ଟ ବ୍ୟଞ୍ଜନ।

ରଙ୍ଗବେରଙ୍ଗର ପୋଷାକ ପିନ୍ଧି ବନ୍ଧୁବାନ୍ଧବଙ୍କ ସହ ପାଳନ କରୁଛନ୍ତି ଭାଇଚାରାର ପର୍ବ। କଟକର କଦମ୍‌-ଏ-ରସୁଲ୍‌ଠାରୁ ଇଦଗାହ ପଡ଼ିଆ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସାମୁହିକ ନମାଜ ପାଠ କରାଯାଉଛି । ସହରରେ ଛାଉଣୀ ହୋଇ ରହିଛନ୍ତି ୧୨ ପ୍ଲାଟୁନ ପୋଲିସ ଫୋର୍ସ । ଏହା ସହ ସମସ୍ତ ମସଜିଦରେ ମଧ୍ୟ ଫୋର୍ସ ମୂତୟନ କରାଯାଇଛି । ଗତକାଲି ଚାନ୍ଦ ଦେଖାଯିବା ପରେ ଆଜି ଇଦ୍‌ ପାଳନ କରାଯାଉଛି।

ଭଦ୍ରକରେ ମହାସମାରୋହରେ ପାଳିତ ହେଉଛି ଇଦ-ଉଲ-ଫିତର। କୋଭିଡ଼ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ସାମୂହିକ ନମାଜ ପାଠ ପାଇଁ ଅନୁମତି ମିଳିନଥିଲା। ମାତ୍ର ୫ ଜଣ ଇଦଗାହରେ ନମାଜ ପାଠ କରୁଥିଲେ। କିନ୍ତୁ ଏଥର ଇଦଗାହରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁସଲିମ ଧର୍ମାବଲମ୍ବୀମାନେ ଇଦଗାହରେ ନମାଜ ପାଠ କରି ପରସ୍ପରକୁ ଶୁଭେଛା ଜଣାଇଥିଲେ।

nis-ad
Leave A Reply

Your email address will not be published.