ଆସନ୍ତା ୭ ତାରିଖରେ ମିଳିବ ସମ୍ଭାବ୍ୟ ବାତ୍ୟାର ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ପାଗରେ ପରିବର୍ତ୍ତନ ହୋଇଛି । ଉପକୂଳ ଓ ଆଭ୍ୟନ୍ତର ଓଡିଶାରେ ତାପମାତ୍ରା ହ୍ରାସ ହୋଇଛି । ଆସନ୍ତା ୭ ତାରିଖରେ ସମ୍ଭାବ୍ୟ ବାତ୍ୟାର ଚିତ୍ର ସ୍ପଷ୍ଟ ମିଳିବ । ୧୦ ତାରିଖରେ ଓଡିଶା ଉପକୂଳ ଅତିକ୍ରମ କରିପାରେ ସମ୍ଭାବ୍ୟ ବାତ୍ୟା । ସେହିପରି ୪ ତାରିଖ ଆଡକୁ ଦକ୍ଷିଣ ଆଣ୍ଡାମାନସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ସେହି ଅଞ୍ଚଳରେ ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ । କେଉଁଆଡେ ମୁହାଁଇବ ଓ କେଉଁଠି ସ୍ଥଳଭାଗ ସ୍ପର୍ଶ କରିବ ତାହା ସ୍ପଷ୍ଟ ହୋଇନାହିଁ । ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ମଡେଲରେ ଭିନ୍ନ ଭିନ୍ନ ଆକଳନ କରାଯାଇଛି । ବାତ୍ୟା ନେଇ କୌ÷ଣସି ସ୍ପଷ୍ଟ ଚିତ୍ର ହୋଇନଥିବା ଆଇଏମଡି କହିଛି ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି , ଏବେଠାରୁ ବାତ୍ୟା ଆକଳନ କରିବା ଠିକ ହେବ ନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା ଓ ଦିଗ ନେଇ ସ୍ପଷ୍ଟ କହି ହେବ । ଲଘୁଚାପ ବାତ୍ୟାର ରୂପ ନେଉ କି ନନେଉ ଓଡିଶା ଉପରେ ଏହାର ପ୍ରଭାବ ରହିବ ।

ଦକ୍ଷିଣ ଓଡିଶା, କେନ୍ଦ୍ରୀୟ କିମ୍ବା ଉତ୍ତର ଓଡିଶା ଲଘୁଚାପ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ହେବ । ଏପରିକି ଲଘୁଚାପ ବାତ୍ୟା ରୂପ ନେଲେ ବି ତାହା ଅଧିକ ଘନୀଭୂତ ହୋଇ ଅତିଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା କମ୍ ରହିଛି । ୯ ତାରିଖ ଆଡକୁ ପାଗ ଅନୁକୂଳ ହୁଏ ତେବେ ସମ୍ଭାବ୍ୟ ବାତ୍ୟା ସମୁଦ୍ରରେ ବଳ ଗୋଟାଇ ଅଧିକ ଘନୀଭୂତ ହୋଇପାରେ ।

nis-ad
Leave A Reply

Your email address will not be published.