୪ରେ ଘୂର୍ଣ୍ଣିବଳୟ, ୬ରେ ସୃଷ୍ଟିହେବ ଲଘୁଚାପ

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ଦକ୍ଷିଣ ଆଣ୍ଡାମାନ ସାଗରର ଉପଗ୍ରହ ଚିତ୍ର ଏବେ ସାମ୍ନାକୁ ଆସିଛି । ଏହି ସାଟେଲାଇଟ୍ ଚିତ୍ରରୁୁ ଜଣାପଡୁଛି, ସମୁଦ୍ର ଭିତର କିଭଳି ହଲଚଲ ସୃଷ୍ଟି ହୋଇଛି । ଆଣ୍ଡାମାନ ସାଗର ଭିତର କିଭଳି ଅଶାନ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହାର ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ତାରିଖରେ ସୃଷ୍ଟି ହେବ ଲଘୁଚାପ ।

ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହି ଲଘୁଚାପ ଅଧିକ ଘନୀଭୂତ ହେବ । ହେଲେ, ଝଡର ରୂପ ନେବ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ । ଦିନେ ଦୁଇ ଦିନ ଭିତରେ ଏହା ହୁଏତ ସ୍ପଷ୍ଟ ହେବ । ଗତ କିଛି ବର୍ଷ ହେଲା ଲଗାତାର ଭାବେ ମେ’ ମାସରେ ବଙ୍ଗୋପସାଗରରେ ବାତ୍ୟା ହେଉଛି । ଆଉ ଏବେ ପୁଣି ମେ’ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାରୁ ବାତ୍ୟା ଆଶଙ୍କା ବଢ଼ିଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ଚିତ୍ର ସ୍ପଷ୍ଟ କରିନଥିବାବେଳେ, ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

nis-ad
Leave A Reply

Your email address will not be published.