ବାଇକ୍‌ ଲୁଟେରା ସମେତ ୩ ଗିରଫ, ୧୫ ବାଇକ୍ ଜବତ

କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଜଣେ ବାଇକ୍ ଲୁଟେରା ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ଜଣେ ବାଇକ୍ ଲୁଟେରା ରହିଥିବା ବେଳେ ଅନ୍ୟ ୨ ଜଣ ବାଇକ୍ କିଣୁଥିଲେ। ସେମାନଙ୍କ ନିକଟରୁ ୧୫ ବାଇକ୍ ଜବତ କରିଛି ପୋଲିସ। ଲୁଟେରା ଜଣକ ହେଲା ଚଗଲି ଜେନା । କଟକ ସହରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ୍ ଲୁଟ୍ କରି ଅନ୍ୟ ଜିଲ୍ଲାରେ ସେମାନେ ବିକ୍ରି କରୁଥିଲେ। କଟକ ଡିସିପି ପ୍ରତୀକ ସିଂହ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

କଟକର ବିଭିନ୍ନ ଅଞ୍ଚଳରେ ଲୁଟେରା ଜଣକ ବାଇକ ଚୋରି କରୁଥିଲା । ମାର୍ଚ୍ଚ ଓ ଏପ୍ରିଲ ମାସରେ ୧୫ ରୁ ୨୦ ବାଇକ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା ।ଚାଉଳିଆଗଞ୍ଜ ପୋଲିସ ଅଭିଯୋଗର ତଦନ୍ତ କରି ଚଗଲି ଜେନାଙ୍କୁ ଗିରଫ କରିଥିଲା। ବସ ରେ ଆସୁଥିଲା ଆଉ ବାଇକ ଚୋରି କରି ନେଇ ଯାଉଥିଲା । ଚୋରି ବାଇକ ସବୁକୁ ସୀମାବର୍ତ୍ତୀ ଜିଲ୍ଲାରେ ବିକ୍ରି କରୁଥିଲା । ତେବେ ସବୁଠାରୁ ବଡ଼ କଥା ହେଲା ଡ୍ରଗ ନିଶା ପାଇଁ ଏହି ବାଇକ ଚୋରି ସେ କରୁଥିଲା । ବାଇକ ତାଲା ଭାଙ୍ଗିବାରେ ପୁରା ମାହିର ଥିଲା ଅଭିଯୁକ୍ତ ଚଗଲି ଜେନା। ଅଭିଯୁକ୍ତ ସହିତ ଦୁଇଜଣ ବାଇକ କିଣିଥିବା ଲୋକଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।

nis-ad
Leave A Reply

Your email address will not be published.