ବିଡ଼ିଓ ଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦେବଗଡ଼ ବିଧାୟକ ଗିରଫ

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ଭୁବନେଶ୍ବରରୁ ଗିରଫ କରିଛି। ଗିରଫ କରିବା ପରେ ପୋଲିସ ବିଧାୟକଙ୍କୁ ଦେବଗଡ ନେଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା ।

ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ୟ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମକୁ ଯାଇଥିବା ବେଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ମାନେ ସେଠାରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଥିଲେ। ଘଟଣା ପରେ ବିଡିଓ ଶ୍ରୀ ଦଳପତି ଏ ସମ୍ପର୍କରେ ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଆଜି ଦେବଗଡ଼ ଆଦର୍ଶ ଥାନା ପୁଲିସ ବିଧାୟକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । 

nis-ad
Leave A Reply

Your email address will not be published.