ପୁରୀ: ଏସଆଇ ଆଞ୍ଚଳିକ ନିର୍ଦେଶକ ଦିଲୀପ ଖମାରିଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଓବିସିସି, ଟାଟା ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା ଏହି ଅନୁଧ୍ୟାନ ସମୟରେ ଉପସ୍ଥିତ ଥିଲେ। ତେବେ ହାଇକୋର୍ଟରେ ଏନେଇ ମାମଲା ଚାଲିଥିବାରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ଶ୍ରୀ ଖମାରି ମନା କରିଦେଇଥିଲେ।
ଏଏସଆଇ ତାର ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରିବ ବୋଲି ସେ କହିଥିଲେ। ଏହି ଅନୁଧ୍ୟାନ ସମୟରେ, ୩ ଜଣିଆ ଟିମ ନିର୍ମାଣର ଗୋଲେଇ ଏବଂ ଗଭୀରତା ମାପ କରିଥିଲେ। ମେଘନାଦ ପ୍ରାଚୀର ଠାରୁ ନିର୍ମାଣସ୍ଥଳୀର ମଧ୍ୟ ଦୂରତା ମପାଯାଇଥିଲା ଅନୁଧ୍ୟାନ ସମୟରେ ଭୁବନେଶ୍ୱର ମଣ୍ଡଳ ଅଧିକ୍ଷକ ଅରୁଣ ମଲିକ ଉପସ୍ଥିତ ଥିଲେ।