ଇ-ଉତ୍ପାଦନ ପୋର୍ଟାଲର ଆରମ୍ଭ କଲା ଓରମାସ

ଭୁବନେଶ୍ୱର: ଓରମାସ ପକ୍ଷରୁ ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ସୃଷ୍ଟି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ ସହ ସେଗୁଡ଼ିକର ସଠିକ୍ ପ୍ରଚାରପ୍ରସାର ହେବା ଜରୁରୀ ଏବଂ ଦ୍ରବ୍ୟର ମାର୍କେଟିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ ।

ସରକାରଙ୍କ ନିଯୁକ୍ତିଭିତ୍ତିକ, ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ଡିଡିୟୁ ଜିକେୱାଇରେ କିଭଳି ଅଧିକରୁ ଅଧିକ ଗ୍ରାମୀଣ ବେରୋଜଗାର ଯୁବବର୍ଗଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ ଦିଆଯାଇପାରିବ, ସେମାନେ କିଭଳି ଭାବେ ବିଭିନ୍ନ ସଂସ୍ଥାରେ ଚାକିରି କରିପାରିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସଂପର୍କରେ ମଧ୍ୟ କର୍ମଶାଳାରେ ଶ୍ରୀ ଜେନା ପ୍ରକାଶ କରିଥିଲେ ।

ଏହି କର୍ମଶାଳାରେ ମିଶନ ଜୀବିକା ପ୍ରକଳ୍ପ ଏବଂ ମିଶନ ଶକ୍ତି ବଜାର ପାଇଁ ଓରମାସ୍ର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ସେହିପରି ଉତ୍ତମ ବ୍ୟବସାୟିକ କାରବାର ଏବଂ ଇନୋଭେଟିଭ୍ ପ୍ରଡକ୍ଟ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିଥିବା କୋରାପୁଟର କାପକୋ, ଗଞ୍ଜାମର ଗଞ୍ଜାମ ଗୃହିଣୀ, ମୟୂରଭଞ୍ଜ ସବାଇ ଫାର୍ମର୍ସ, ରାୟଗଡ଼ାର ଧରିତ୍ରୀପେନୁ ଫାର୍ମସ ଓ ବଲାଙ୍ଗୀର ଫାର୍ମିଂ ଆଣ୍ଡ ନନ୍ଫାର୍ମିଂ ଆଦି ପାଞ୍ଚଟି ଉତ୍ପାଦକ କମ୍ପାନୀକୁ ଉଦ୍ଯାପନୀ ଦିବସରେ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.