ବୌଦ୍ଧ ଜିଲ୍ଲାପାଳଙ୍କ Fake IDରେ ଟଙ୍କା ମାଗୁଛି ସାଇବର ଠକ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବେ ବ୍ୟବହାର କରି ହ୍ୱାଟସ୍ଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବରରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ କରାଯାଇଥିଲା ।

ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବାବେଳେ କିଛି ଅଧିକାରୀ ସନ୍ଦେହରେ ଏ ନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଥିଲେ ।

ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜ ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗୃପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ତେବେ ଅପରାଧିଙ୍କୁ ଧରିବା ପାଇଁ ସାଇବର ସେଲର ସହଯୋଗ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

nis-ad
Leave A Reply

Your email address will not be published.