ସୁନା ଦୋକାନରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

କୋଣାର୍କ : କୋଣାର୍କରେ ସୁନା ଦୋକାନରୁ ଲୁଟ୍ । କଳା କନା ବୁଲାଇଲେ ଲୁଟେରା। କୋଣାର୍କ ନୂଆ ମାର୍କେଟ ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରୁ ଲୁଟ ହୋଇଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନ ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା। ଦୋକାନ ଲକରରେ ଥିବା ସୁନା ଅଳଙ୍କାର ଲୁଟ କରିଛନ୍ତି ଲୁଟେରା ।

ପ୍ରାୟ କୋଡିଏ ଲକ୍ଷର ସୁନା ଗହଣା ଲୁଟିନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ଦୋକାନା ଓ ନିକଟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ କରୁଛି ପୋଲିସ ।

ଅନ୍ୟପଟେ ଗତ ୩ଦିନ ମଧ୍ୟରେ କୋଣାର୍କ ଅଞ୍ଚଳରେ ତିନୋଟି ଲୁଟ୍‌ ଘଟଣା ସାମ୍ନାକୁ ଆସିଲାଣି । ଯାହାକୁ ନେଇ ପୋଲିସର କାର୍ଯ୍ୟସୂଚୀକୁ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟବାସିନ୍ଦା ।

nis-ad
Leave A Reply

Your email address will not be published.