ରାତିରେ ମୋବାଇଲ ସିମ୍ ଦୋକାନରେ ଚଢାଉ, ୩ ଗିରଫ

ଢେଙ୍କାନାଳ: ଢେଙ୍କାନାଳରେ କ୍ରାଇମବ୍ରାଞ୍ଚର ଚଢାଉ । ଟାଉନ ପ୍ଲାନିଂରେ ଏକ ମୋବାଇଲ ଦୋକାନରେ କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛି । ମୋବାଇଲ ଦୋକାନୀ ସିଲୁ ଦାସ ସହ ଦୁଇ ଜଣଙ୍କୁ ଗିରଫ କରିିଛି ।

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ରାତିରେ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ସ୍କ୍ବାର୍ଡ ଟାଉନ ପ୍ଲାନିଂ ସ୍ଥିତ ଏକ ମୋବାଇଲ ଦୋକାନରେ ଚଢାଉ କରିଛି । ଏହି ମୋବାଇଲ ଦୋକାନରୁ ଚଢାଉ ସମୟରେ ବେଆଇନ ଭାବେ ବ୍ୟବହାର କରୁଥିବା ୩୦ରୁ ଊର୍ଦ୍ଧ୍ବ ସିମ ଜବତ କରାଯାଇଛି । ଦୋକାନ ମାଲିକ ସିଲୁ ଦାସଙ୍କ ସହ ୨ଜଣଙ୍କୁ କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରି କଟକ ନେଇ ଥିବା ସୂଚନା ରହିଛି ।

ତେବେ କେଉଁ କାରଣରୁ କ୍ରାଇମ ବ୍ରାଞ୍ଚ ଚଢ଼ାଉ କରିଛି ଓ କାହିଁକି ଦୁଇଜଣଙ୍କୁ ଗିରଫ କରିଛି ତାର ସଠିକ କାରଣ ଜଣାପଡିନାହିଁ । ମାତ୍ର କୌଣସି ଏକ ଅପରାଧ ସହ ମୋବାଇଲ ନମ୍ବର ସମ୍ପୃକ୍ତ ଥିବାରୁ କ୍ରାଇମବ୍ରାଞ୍ଚ ପୋଲିସ ଏହି ଚଢ଼ାଉ କରିଥିବା ଅନୁମାନ କରାଯାଇଛି । ଏ ସମ୍ପର୍କରେ କ୍ରାଇମ ବ୍ରାଞ୍ଚ ଏହି ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

nis-ad
Leave A Reply

Your email address will not be published.