ଆର୍‌ଟିଓ ଏବଂ ପୋଲିସର ମିଳିତ ଯାଞ୍ଚ,୯ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି (୨୯/୪) : ଦାରିଙ୍ଗବାଡ଼ି ପେଟ୍ରୋଲ ଟାଙ୍କି ଛକ ନିକଟ ୫୯ ନଂ ଜାତୀୟ ରାଜପଥରେ ଦାରିଙ୍ଗବାଡ଼ି ପୋଲିସ ଓ ଫୁଲବାଣୀ ଆର୍‌ଟିଓ ବିଭାଗ ପକ୍ଷରୁ ଗାଡ଼ି ଗୁଡିକ ଯାଞ୍ଚ ହୋଇଥିଲା । ଏହି ଯାଞ୍ଚ ସମୟରେ ୯ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଲାଇସେନ୍ସ ଗୁଡିକୁ ରଦ୍ଦ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଏହି ୯ ଜଣ ଚାଳକ ମଦ ପିଇ ଗାଡି ଚାଳନା କରୁଥିବା ସମୟରେ ସେମାନଙ୍କୁ ଟେଷ୍ଟି ମେସିନରେ ପରୀକ୍ଷା କରି ଧରାଯାଇଥିଲା । ଏଥି ସହିତ ଅନ୍ୟ କିଛି ଗାଡ଼ି ଗୁଡିକର କାଗଜପତ୍ର ସଠିକ ନଥିବା ଓ ଚାଳକ ହେଲମେଟ ବ୍ୟବହାର କରିନଥିବାରୁ ୫ ହଜାର ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯାଇଥିଲା । ଏହି ଯାଞ୍ଚ ସମୟରେ ଥାନା ଅଧିକାରୀ କୌଶିକ ମାଝୀ,ଏସଆଇ ଜିତେନ୍ଦ୍ର ବେହେରା ସମେତ ଫୁଲବାଣୀ ଆର୍ଟିଓ କର୍ମଚାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.