ହିଞ୍ଜିଳିକାଟୁ ବ୍ଳକର ୯ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୧୯୪୩ ପରୀକ୍ଷାର୍ଥୀ

ହିଞ୍ଜିଳିକାଟୁ (୨୯/୦୪) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ହୋଇଛି । ପ୍ରଥମ ଦିବସରେ ଇଂରାଜୀ ପରୀକ୍ଷା ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଯାଇଅଛି। ହିଂଜିଳିକାଟୁ ବ୍ଳକର ପ୍ରଥମ ଦିବସ ରେ ୯ଟି ପରୀକ୍ଷା କେନ୍ଦ୍ରରେ ୨୦୭୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୧୯୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଓ ୧୩୪ ଜଣ ଅନୁପସ୍ଥିତ ଥିବା ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ଙ୍କ ଠାରୁ ପ୍ରକାଶ । ସ୍ଥାନୀୟ ବ୍ଲକ ଵୁରୁପଡ଼ା ଭଗବତି ଵିଦ୍ୟାପିଠ ପରୀକ୍ଷା କେନ୍ଦ୍ରରେ ୧୯୩ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୮୪ ଜଣ ପରିକ୍ଷା ଦେଈଥୁଲେ ୯ଜଣ ଅନୁପସ୍ଥିତ ରହିଥିଲେ। ପୋଡିଙ୍ଗି ଶ୍ୟାମଳାଈ ଵିଦ୍ୟାପିଠ ପରିକ୍ଷା କେନ୍ଦ୍ରରେ ୧୨୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୪ ପରିକ୍ଷା ଦେଈଥୁଲେ ୯ଜଣ ଅନୁପସ୍ଥିତ ରହିଥିଲେ ।

ପୌରାଂଚଳ ବୃନ୍ଦାବନ ସରକାରୀ ଦିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୫୭୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୫୧ ଜଣ ପରୀକ୍ଷା ଦେଇଛନ୍ତି ଓ ୨୨ ଜଣ ଅନୁପସ୍ଥିତ ରହିଥିଲେ । ଏନଏସି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୬୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯ଜଣ ଅନୁପସ୍ଥିତ ରହିଥିଲେ। ମକରଝୋଳ ବିଦ୍ୟାଳୟ ପରିକ୍ଷା କେନ୍ଦ୍ରରେ ୧୯୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୮ ଜଣ ପରିକ୍ଷା ଦେଈଥୁଲେ ୫ଜଣ ଅନୁପସ୍ଥିତ ରହିଥିଲେ। ସାରୁ ଵିଦ୍ୟାଳୟରେ ୧୬୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୯ ଜଣ ପରିକ୍ଷା ଦେଈଥୁଲେ ଓ୨୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ।କଚୁଂରୁ ହାଇସ୍କୁଲରେ୨୦୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୬ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଈଥୁଲେ ଓ ୧୧ ଜଣ ଅନୁପସ୍ଥିତ ରହିଥିଲେ। ଗଣ୍ଡଳା ଗଣେଷବିଦ୍ୟାପିଠ କେନ୍ଦ୍ରରେ ୨୯୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୫୮ ଜଣ ପରିକ୍ଷା ଦେଈଥୁଲେ ଓ ୩୫ ଜଣ ଅନୁପସ୍ଥିତ ରହିଥିଲେ। ସାହାପୁର ଗ୍ରାମ ପଞ୍ଚାୟତ ହାଇସ୍କୁଲ କେନ୍ଦ୍ରରେ୧୫୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୩ ଜଣ ପରିକ୍ଷା ଦେଈଥୁଲେ ଓ ୧୪ ଜଣ ଅନୁପସ୍ଥିତ ରହିଥିଲେ। ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ପରିଦର୍ଶନ କରିଥିବା ବେଳେ ଶାନ୍ତି ସୃଙ୍ଖଳା ନିମନ୍ତେ ହିଞ୍ଜିଳି ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ପ୍ରଶ୍ନପତ୍ର ଗୁଡିକୁ ପୌରାଚଂଳରେ ନୋଡାଲ ସେଣ୍ଟର ଭାବେ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ନୋଡାଲ ସେଣ୍ଟର ରୁ ୧୬ ଗୋଟି ପରିକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିବା ହିଞ୍ଜିଳିକାଟୁ ସରକାରୀ ବ୍ରୁନ୍ଦାବନ ଵିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.