ବିଏସଏଫ ଗାଁରେ ପଶି ଲୋକଙ୍କୁ ହତ୍ୟା କରୁଛି, ତାଙ୍କୁ ପୂରାଇ ଦିଅନି: ମମତା

କୋଲକାତା: ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧିକୁ ବିରୋଧ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରର ବିଜେପି ସରକାରଙ୍କୁ ନିଶାନା କରି ଏକ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିମି ବଳୟ ଭିତରେ ବିଏସଫକୁ ପ୍ରବେଶ ପାଇଁ ବାରଣ କରିବାକୁ କୋଚ ବିହାର ପୁଲିସ ଷ୍ଟେସନକୁ ନିର୍ଦ୍ଦେଶ ଦେଇଛନ୍ତି ମମତା। ମମତା କହିଛନ୍ତି ଯେ, ବିଏସଫଏ ଗାଁରେ ପ୍ରବେଶ କରି ଲୋକଙ୍କୁ ପିଟୁଛି।
ସେମାନଙ୍କୁ ସୀମା ସେପଟକୁ ଫିଙ୍ଗି ଦେଉଛନ୍ତି। ତେଣୁ ବିଏସଏଫକୁ ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିମି ଭିତରେ ପ୍ରବେଶ ଉପରେ ରୋକ ଲଗାଇବାକୁ ସେ ଜୋର ଦେଇଛନ୍ତି। ସେମାନେ ଗାଁରେ ପଶି ଲୋକଙ୍କୁ ହତ୍ୟା କରୁଛନ୍ତି ବୋଲି ମମତା କହିଛନ୍ତି । ରାଜ୍ୟ ପୁଲିସକୁ ବିଶ୍ୱାସକୁ ନେବାକୁ ସେ ବିଏସଫକୁ କହିଛନ୍ତି। ଯେ କୌଣସି ଅପରେଶନ ପାଇଁ ରାଜ୍ୟ ପୁଲିସର ସହାୟତା ନେବାକୁ ବିଏସଏଫକୁ ପରାମର୍ଶ ଦେଇଛନ୍ତି ମମତା। ରାଜ୍ୟ ପୁଲିସର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଏହା କହିଛନ୍ତି ମମତା। ଗତ ବର୍ଷ କେନ୍ଦ୍ର ସରକାର ବିଏସଏଫ ଆକ୍ଟର ସଂଶୋଧନ କରିଥିଲେ। ଏଥିରେ ବିଏସଏଫର କ୍ଷମତା ପରିସର ବୃଦ୍ଧି କରାଯାଇଥିଲା। ଅନ୍ତର୍ଜାତୀୟ ସୀମାଠାରୁ ୫୦ କିମି ଭିତରେ ବିଏସଏଫ ପ୍ରବେଶ କରି ସର୍ଚ୍ଚ, ସିଜ୍‌ ଏବଂ ସନ୍ଧିଗ୍ଦଙ୍କୁ ଗିରଫ କରିପାରିବ।
ପୂର୍ବରୁ ଏହା ୧୫ କିମି ପର୍ଯ୍ୟନ୍ତ ସୀମିତ ଥିଲା। ବିଶେଷ କରି ପଡ଼ୋଶୀ ପାକିସ୍ତାନ ଏବଂ ବାଂଲାଦେଶକୁ ଲାଗିଥିବା ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ‌ଏହି ନିୟମ ଲାଗୁ କରାଯାଛି। ସୀମା ସୁରକ୍ଷା ବଳ ଆକ୍ଟ ସଂଶୋଧନ ହେବା ପରେ ବିଏସଫର ପରିଧି ୫୦ କିମିକୁ ବୃଦ୍ଧି କରାଯାଇଛି। ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି । ଏହି କ୍ଷମତା ବୃଦ୍ଧି ଯୋଗୁଁ ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଗିରଫ, ତଲାସୀ ଓ ଜବତ କରିପାରିବ । ଏହା ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ୩ଟି ରାଜ୍ୟରେ ଲାଗୁ ହେବ। ପାକିସ୍ତାନକୁ ଲାଗିଥିବା ପଞ୍ଜାବ ଓ ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗରେ ଏବଂ ଆସାମରେ ବିଏସ୍ଏଫର ଏହି କ୍ଷମତା ପ୍ରଦାନ କରାଯାଇଛି । ଯାହାକୁ ପଞ୍ଜାବ ଏବଂ ପଶ୍ଚିମବଙ୍ଗ ବିରୋଧ କରି ଆସୁଛନ୍ତି।

nis-ad
Leave A Reply

Your email address will not be published.