ଟାଣଖରାରେ କଲେଜଛାତ୍ରୀ ଟଳିପଡିଲେ, ଅଂଶୁଘାତ ଆଶଙ୍କା

ହିଞ୍ଜିଳିକାଟୁ (୨୭/୪) : ହିଞ୍ଜିଳିକାଟୁ ବ୍ଲକ ଓ ପୌରାଚଂଳରେ ୪ରୁ ୫ ଦିନ ହେଲା ପ୍ରବଳ ଗରମ ଅନୁଭୂତ ହେଉଛି । ଏଥିସହ ଝାଞ୍ଜି ପବନ ପ୍ରବାହିତ ହେଉଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି । ଗତକାଲି ଜୈନିକ କଲେଜ ଛାତ୍ରି ହିଞ୍ଜିଳିକାଟୁ ଵସଷ୍ଟାଣ୍ଡ ପରିଷରରେ ଗ୍ରାମକୁ ଯିବାପାଈଁ ଵସ କୁ ଅପେକ୍ଷା କରିଥିଲେ । ହଠାତ ଅଣନିଶ୍ଵାସି ହୋଇ ଟଳି ପଡିଲେ । ଅନ୍ୟଛାତ୍ର ଛାତ୍ରୀମାନେ ଉପାୟ ନପାଇ ୧୧୨ ଓ ୧୦୮ କୁ କଲ କରିଥିଲେ । ବିଫଳ ହୋଇ ହିଞ୍ଜିଳିକାଟୁ ଅଗ୍ନିଶମ ଶିଭାଗକୁ ଖବର ଦେଇଥିଲେ ।

ଖଵର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗର ମୁଖ୍ୟ ଗୌତମ ସାହୁ ଓ କର୍ମଚାରି ହିଞ୍ଜିଳିକାଟୁ ଵସଷ୍ଟାଣ୍ଡ ପରିଷରରୁ ଜୈନିକ ଛାତ୍ରିଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକଲରେ ଚିକିତ୍ସା ନିମନ୍ତେ ଭର୍ତି କରାଇଥିଲେ । ଗୌତମ ସାହୁଓ ଟିମକୁ ମହତ କାର୍ଯ୍ୟରେ ସହଯୋଗ କରୁଥିବାରୁ ହିଞ୍ଜିଳିକାଟୁ ଅଚଂଳବାସୀ ସାଧୁବାଦ ଜଣାଇଛନ୍ତି ।ହିଞ୍ଜିଳିରେ ପାରଦ ୩୮ଡିଗ୍ରି ଥିବା ବେଳେ ଆଜି ପାରଦ ୪୩୦ଡିଗ୍ରି ଛୁଇଁଥିବା ଜଣାପଡ଼ିଛି । ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଉଛି ଖରାର ପ୍ରକୋପ ଏଥିଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବାକର୍ମଚାରୀ ମାନେ ବାଧ୍ୟ ହୋଇ ନିଜ କାର୍ଯ୍ୟକୁ ବାଧ୍ୟ ହୋଇ ଯାଉଛନ୍ତି। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ବହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି ସକାଳ ୧୧ଟା ପରେ ରାସ୍ତାଘାଟ ଜନଶୂନ୍ୟ ହୋଇ ପଡ଼ୁଛି । ଅନ୍ୟପଟେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇପଡୁଛି । ଆଉ କିଛି ଦିନ ଏଭଳି ଗରମ ଅନୁଭୂତ ହେବାକୁ ଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ନାଁରେ ବଡ଼ ବଡ଼ ଗଛକଟା ଯୋଗୁଁ ଯାତ୍ରୀମାନେ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.