ଆସନ୍ତାକାଲି ଠାରୁ ମେ ୨ ତାରିଖ ଯାଏଁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଥିବା ତାପମତ୍ରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ୨୮ ଏପ୍ରିଲ୍‌ରୁ ମେ ୨ ତାରିଖ ଯାଏଁ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ନେଇ ଘୋଷଣା ହୋଇଛି । କ୍ଲାସ୍‌ ବନ୍ଦ ରହିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ହେବାକୁ ଥିବା ପରୀକ୍ଷା ଚାଲୁ ରହିବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ହିଁ ସ୍କୁଲ, କଲେଜଗୁଡ଼ିକୁ ଛୁଟି ଘୋଷଣା କରିସାରିଛନ୍ତି । ଗତ ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ଯନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।ସେହିପରି ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଗୁଡ଼ିକ ଆସନ୍ତା ମେ ୨ ପର୍ଯ୍ଯନ୍ତ ବନ୍ଦ ରହିବ ।

nis-ad
Leave A Reply

Your email address will not be published.