ପୂର୍ବଭଳି ଚଳାଚଳ କରିବ ସମତା ଏକ୍ସପ୍ରେସ୍‌

ଭୁବନେଶ୍ବର : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ଠାରୁ ୨୬ ଏପ୍ରିଲ୍ ଠାରୁ ଏବଂ ୨୮ ଏପ୍ରିଲ, ୨୦୨୨ ଠାରୁ ନିଜାମୁଦ୍ଦିନରୁ ସାମୟିକ ଭାବେ ବାତିଲ କରାଯାଇଥିଲା ।

ଯାତ୍ରୀଙ୍କ ସୁବିଧା ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ଚାହିଦାକୁ ଦୃଷ୍ଟିରେ ରଖି ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସର ସେବାକୁ ସାମୟିକ ବାତିଲ ପରିବେର୍ତ୍ତେ ପୁନଃ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଟ୍ରେନ ନଂ. ୧୨୮୦୭ ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ବିଶାଖାପାଟନମ୍ ଠାରୁ ୨୮ ଏପ୍ରିଲରୁ ଏବଂ ଟ୍ରେନ ନଂ ୧୨୮୦୮ ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ ଏପ୍ରିଲ ୩୦ ଠାରୁ ଏହାର ନିର୍ଦ୍ଧାରିତ ମାର୍ଗ ଏବଂ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ ।

nis-ad
Leave A Reply

Your email address will not be published.