ରାଜଧାନୀରେ ଗର୍ଜିଲା ଓଡ଼ିଶା ବୀର ମହାସଂଘ : ଦାବି ପୂରଣ ନହେଲେ ଦିଲ୍ଲୀ ଚାଲ ଆନ୍ଦୋଳନ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କରି ପୁଣି ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ବୀର ମହାସଂଘ । ହାତରେ ଖଣ୍ଡା, ଢାଲ, ଖଡ୍ଗ, ମୁଦ୍ଗର, ଫାର୍ଶା ଓ ବର୍ଚ୍ଚା ଧରି ରାଜଧାନୀରେ ଗର୍ଜିଲେ । କହିଲେ ଆମ ଦାବି ପୂରଣ କର ନହେଲେ , ଦିଲ୍ଲୀ ଚାଲ ଆନ୍ଦୋଳନ ।

୧୮୧୭ ମସିହା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ଖୋର୍ଦ୍ଧାର ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥାନକୁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ସହ ପାଇକ ରେଜୀମେଣ୍ଟ ଗଠନ ଦାବି କରିଛି ସଂଘ ।

ସାରା ରାଜ୍ୟରୁ ଆସିଥିବା ପାଇକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମ ମନ୍ଦିର ଦେଇ ପ୍ରଦର୍ଶନୀ ପଡିଆ ଖାଓ ଗଳିରେ ପହଞ୍ଚିଥିଲେ । ବାଟରେ ପାଇକ ମାନେ ପୁର୍ବଜଙ୍କ ଠାରୁ ଶିଖିଥିବା ସମର କଳା କୌଶଳକୁ ଦେଖେଇଥିଲେ । ଖଣ୍ଡା ତରୱାଲ୍ ବୁଲିଥିଲା ସାଇଁ ଶାଇଁ । ମୁଦ୍ଗର ଚାଳନା ଓ ଲାଠି ଚାଳନା ଦେଖାଇଥିଲେ ବିର ପାଇକ ଓ ପାଇକାଣି ।

ସେହିପରି ପାଇକ ଏକତାକୁ ନେଇ ଦେଇଥିଲେ ମିଳିତ ନାରା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୁରଣ କରିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ, ଦିଲୀପ ଶ୍ରୀଚନ୍ଦନ ଓ ପ୍ରକାଶ ଶ୍ରୀଚନ୍ଦନ ଦାବି କରିଛନ୍ତି । ଏହି ଦାବି ନେଇ ଓଡ଼ିଶା ବୀର ମହାସଂଘ ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ଜନଗର୍ଜନ ପାଇକ ଆଖଡ଼ା ସମାବେଶ, ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆୟୋଜନ ହୋଇଥିଲା। ଦାବି ପୂରଣ ନହେବା ଯାଏ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଓଡ଼ିଶା ବୀର ମହାସଂଘ ସଭାପତି କହିଛନ୍ତି ।

nis-ad
Leave A Reply

Your email address will not be published.