ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା କଳାକାରଙ୍କ କାର୍ଯ୍ୟକାରିଣୀ ସଭା,କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା

ମାଲକାନଗିରି (୨୫/୪) : ଆଦିବାସୀ ନୃତ୍ୟ,ସଙ୍ଗୀତ,ବାଦ୍ୟଯନ୍ତ୍ର ଓ ଦେଶିଆ ନାଟ ହେଉଛି ଆଦିବାସୀ କଳାସଂସ୍କୃତି ର ମୂଳମନ୍ତ୍ର,ଏମାନଙ୍କ ନିଖୁଣ ଅଭିନୟର ଆତ୍ମିକ ପରି ପ୍ରକାଶ କଳାସଂସ୍କୃତିର ବାର୍ତାବାହ ପାଲଟିଛି ବୋଲି ଜିଲ୍ଲାସ୍ଥରୀୟ କଳାକାର କାର୍ଯ୍ୟକାରିଣୀ ସଭାରେ ମଞ୍ଚା ଶିନ ଅତିଥି ମାନେ ମତ ଉପସ୍ଥାପନ କରିଛନ୍ତି ।
ଆଜି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭଵନ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ,ମୁଖ୍ୟବକ୍ତଭାବେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବନବାସୀ ଗବେଷକ ରତ୍ନାକର ଦାଶ, ସମ୍ମାନିତ ଅତିଥିଭାବେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଘଠନର ସଭାପତି ନାଟଗୁରୁ ଅନାଦି କାଡା,ଜିଲ୍ଲା କଳାକାର ସଂସ୍କୃତିକ ସଙ୍ଗଠନ ର ଉପସଭାପତି ଘେନୁ ମୁଦୁଲି,ନାଟଗୁରୁ ଧନଫୁଲ ବାରିକ,ଆଦିବାସୀ ଲେଖକ ଭଗବାନ ହନ୍ତାଳ,ବୁଦ୍ରା ପ୍ରସାଦ ନାୟକ, ସମାଜସେବୀ ଜୟନ୍ତୀ ବୁରୁଦା ପ୍ରମୁଖ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସରକାରୀ ପ୍ରୋତ୍ସାନ ଅଭାବରୁ ଧୀରେ ଧୀରେ ଆଦିବାସୀ କଳାସଂସ୍କୃତି ଲୋପ ପାଇବାକୁ ବସିଛି ।ଆଦିବାସୀ କଳାସଂସ୍କୃତିକୁ କିପରି ଦେଶଦୁନିଆରେ ପରିଚିତ କରାଯାଇପାରିବ ଓ ସରକାରୀ ସଂସ୍ଥାର ସମସ୍ତ ଜଣ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ସାମିଲ କରାଯାଇପାରିବ ସେଥିପ୍ରତି ଗୁରତ୍ୱ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ,ଅନ୍ୟାନ ମାନଙ୍କ ମଧ୍ୟରେ ନାଟଗୁର ରାମଚନ୍ଦ୍ର ହନ୍ତାଳ,ବବନାଥ ବାରିକ,ମୁକୁନ୍ଦ ଝୋଲା,କୃଷ୍ଣ ଚୌଧୁରୀ,ରାଜୁ ଗଣ୍ଡ ପ୍ରମୁଖ ଶତାଧିକ ନାଟଗୁରୁ ଓ କଳାକାର ମନେ ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲେ,ଏହି କର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ବିଭାଗର ସଂଯୋଜକ ଏମ.ତେଜସ୍ୱର ରାଓ ପରିଚାଳନା କରି ଆଗାମୀ ଦିନରେ ଜିଲ୍ଲାର ସାତଟି ଯାକ ବ୍ଳକ୍ରେ କଳାକାର ମାନଙ୍କୁ ନେଇ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଇ ସେମାନଙ୍କୁ କିପରି ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେଥିପ୍ରତି ଗୁରତ୍ୱ ଦିଆଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରେ କେତକ ନାଟଗୁରୁ ଓ କବି ମନେ ସେମାନଙ୍କ କବିତା ପାଠ କରିବା ସହିତ କଳା ଚାତୁରୀ ପରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସାତଟି ବ୍ଲକରୁ ଶତାଧିକ କଳାକାର ଓ ନାଟଗୁରୁ ମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.