ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୋର୍ଟପେଟା ମୁଖ୍ୟ ରାସ୍ତା ପାଶ୍ୱର୍ରେ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଉଠାଗଲା

ବ୍ରହ୍ମପୁର : ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୋର୍ଟପେଟା ମୁଖ୍ୟ ରାସ୍ତା ପାଶ୍ୱର୍ରେ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କୁ ଉଠାଯାଇଥଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ଏବଂ ବିଜୁ ପଟ୍ଟନାୟକ ଭେଣ୍ଡିଂ ଜୋନ୍‌ର ବ୍ୟବସାୟୀ ମାନଙ୍କୁ ରାସ୍ତା କଡ଼ରେ ସାମାଜିକ ଦୂରତ୍ୟ ନୀୟମ ଅନୁଯାୟୀ ବ୍ୟବସାୟୀ କରିବାକୁ ଅନୁମତି ଦିଆଯାଇଥିଲା । କୋଭିଡ଼୍ ନିୟମ ଉଚ୍ଛେଦ ପରେ ଆଜି ବିଏମ୍‌ସି ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ଉଠାଯାଇଥଲା । ରାସ୍ତା ପାଶ୍ୱର୍ରେ ବିକ୍ରି କରୁଥିବା ଉଠା ଦୋକାନୀ, ପରିବା ଦୋକାନୀଙ୍କୁ ମେଡ଼ିକାଲ୍ ଏବଂ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବସୁଥିବା ଶତାଧିକ ଦୋକାନୀଙ୍କୁ ଆଜି ଭୋର ସକାଳୁ ଉଚ୍ଛେଦ କରାଯାଇଥିଲା ।

ଏହାର ପ୍ରତିବାଦରେ ବ୍ୟବସାୟୀମାନେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନ ସମ୍ମୁଖରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ପୂର୍ବତନ କର୍ପୋରେଟର ବି. ଶ୍ରୀନିବାସ, ଏବଂ ସ୍ଥାନୀୟ କର୍ପୋରେଟର ସମୀର ମିଶ୍ର ପହଚିଂ ବ୍ୟବସାୟୀଙ୍କୁ ବୁଝାସୁଝା କରିଥିଲେ । ପୂର୍ବାହ୍ନରେ ଶତାଧିକ ଉଠା ଦୋକାନୀ ବ୍ୟବସାୟୀ ମାନେ କର୍ପୋରେଟର ବି. କୃଷ୍ଣମୂର୍ତି, ସମୀର ମିଶ୍ର ଏବଂ ପୂର୍ବତନ କର୍ପୋରେଟର ବି. ଶ୍ରୀନିବାସଙ୍କ ନେତୃତ୍ୱରେ ଏକ ପ୍ରତିିନିଧି ଦଳ କମିଶନର ଡ଼. ସିଧେଶ୍ୱର ବୋଳିରାମ ବନ୍ଧାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିଥିଲେ । ବିଜୁ ପଟ୍ଟନାୟକ ଭେଣ୍ଡିଙ୍ଗ ଜୋନ ରେ ଶହେରୁ ଉର୍ଦ୍ଧ ବ୍ୟବସାୟୀ ପିଣ୍ଡି ପାଇଛନ୍ତି।କୋଭିଡ ସମୟରେସହର ଉପକଣ୍ଠରେ ରହିଥିବା ନିକଟ ଗ୍ରାମରୁ ଆସି ବହୁ ଉଠା ଦୋକାନୀ ମହିଳା ମାନେ ଏବେ ଏହି ରାସ୍ତା ପାର୍ଶ୍ୱ ରେ ବ୍ୟବସାୟ କରୁଛନ୍ତି। ପାଖାପାଖି ବର୍ତ୍ତମାନ ଚାରି ଶହରୁ ଉର୍ଦ୍ଧ୍ବ ବ୍ୟବସାୟି ଏଠାରେ ବ୍ୟବସାୟ କରୁଛନ୍ତି।ତେବେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟି ରେ ରଖି ଆଜି ସକାଳୁ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି। ବିଜୁ ପଟ୍ଟନାୟକ ଭେଣ୍ଡିଂଜୋନ୍ ପାର୍କି ସ୍ଥଳରେ ସମସ୍ତ ବ୍ୟବସାୟୀ ମାନଙ୍କୁ ବ୍ୟବସାୟ ନିମନ୍ତେ ଅନୁମତି ଦିଆଯିବ । ଏବଂ ଭେଣ୍ଡିଂଜୋନ୍ ରେ ପିଣ୍ଡି ପାଇଥିବା ବ୍ୟବସାୟୀ ମାନେ ନିଜ ସ୍ଥାନରେ ବ୍ୟବସାୟ କରିବେ । ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବଜାରକୁ ଆସୁଥିବା ଗ୍ରାହକ ମାନେ ରୋଡ଼୍ ପାଶ୍ୱର୍ରେ ନିଜ ନିଜ ଗାଡ଼ିକୁ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କମିଶନର ଶ୍ରୀ ବୋନ୍ଦାର ସୂଚନା ଦେଇଛନ୍ତି । କମିଶନରଙ୍କ ପ୍ରତିଶ୍ରୁତି ପରେ ଶତାଧିକ ଉଠା ଦୋକାନୀ ମହିଳା ମାନେ ଶାନ୍ତ ପଡ଼ିଥିଲେ । ଆସନ୍ତା କାଲି ଠାରୁ ସେମାନଙ୍କ ବ୍ୟବସାୟୀ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.