କୁଡୁମୁଲୁଗୁମ୍ମା ଠାରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳିତ

କୁଡୁମୁଲୁଗୁମ୍ମା ୨୪/୦୪ : କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମାର ନୂତନ ସରପଞ୍ଚ ମ°ଗଳା ମାଢୀ ସଭାପତିତ୍ୱ କରିଥିଲା ବେଳେ, ସମିତି ସଭ୍ୟା ମୁନୀ ସଗରୀଆ, ନାଏବ ସରପଞ୍ଚ ହସମତୀ ହନ୍ତାଳ, ପୂର୍ବତନ ସରପଞ୍ଚ ଗୋପୀ ପା°ଗୀ, ଗଣେଶ ପୂଜାରୀ, ସମାଜସେବୀ ଭଗବାନ ସାହୁ, ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଏହି ପ°ଚାୟତର ସମସ୍ତ ଓ୍ୱ।ର୍ଡ ସଭ୍ୟ ସଭ୍ୟା, ଅ°ଗନୱ।ଡି କର୍ମୀ, ଆଶା କର୍ମୀ ଓ ପାଖାପାଖି ୧୦୦ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜାତିର ପିତା ମହାତ୍ମାଗାନ୍ଧୀ°କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଏହା ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ସ°କଳ୍ପ ପତ୍ର ପଠନ କରାଯାଇଥିଲା । ଅବସରରେ ସରପଞ୍ଚ ଶ୍ରୀ ମାଢୀ କହିଥିଲେ ଯେ ଯେତେ ପର୍ଯ୍ୟନ୍ତ ଆମ ପ°ଚାୟତ ର ଅନ୍ତିମ ରୁ ଅନ୍ତିମ ବ୍ୟକ୍ତି°କ ପାଖରେ, କେନ୍ଦ୍ର ଓ ରାଜ୍ୟ ଯୋଜନା ର ଲାଭ ନ ପହଞ୍ଚିଛି ସେତେ ପର୍ଯ୍ୟନ୍ତ ଆମକୁ ଅବିଶ୍ରାମ ଓ ନିସ୍ୱ।ର୍ଥପର ଭାବନା ସହ ଆହୁରି ଦୃତଗତିରେ ଲୋକଙ୍କ ନିକଟତର ହେବାକୁ ପଡିବ ଓ ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ପ°ଚାୟତ ର ୧୯ ଗୋଟି ଓ୍ୱ।ର୍ଡ ମଧ୍ୟରୁ ,ଗୋଟିଗୁଡା ୱ୍ୱ।ର୍ଡର ପ୍ରତ୍ୟେକ ଘରକୁ ପାଇପ ଦ୍ବାରା ପିଇବା ପାଣି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ପ°ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା ପରିଚାଳନା କରିଥିଲା ବେଳେ ରୋଜଗାର ସେବକ ଦେବେନ୍ଦ୍ର ଖେମୁଡୁ, ଯୋଗାଣ ସହାୟକ ଦେବେନ୍ଦ୍ର ରାଉତ ଓ ବି.ଏଫ.ଟି ଚନ୍ଦ୍ର ମାଛା ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.