ଫାୟାର ଷ୍ଟେସନ ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ସ୍କୁଟି ଚାଳକ ମୃତ

ଭୁବନେଶ୍ବର: ଫାୟାର ଷ୍ଟେସନ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ। ମୃତ ଯୁବକଙ୍କ ନାମ ମହେନ୍ଦ୍ର ବେହେରା ଘର ଗଞ୍ଜମ ଜିଲ୍ଲା । ସେ ଭୁବନେଶ୍ଵର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ୨୬ ବର୍ଷ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ସେ ଦୁର୍ଘଟଣା ପୂର୍ବ ସମୟରେ ସେ ନିଜ ଘରୁ କର୍ମକ୍ଷେତ୍ରକୁ ଯାଉଥିବା ବେଳେଫାୟାର ଷ୍ଟେସନ ନିକଟରେ ପଛ ପଟରୁ ଏକ ଟ୍ରକ ଧକ୍କା ଦେଇଥିଲା ।ଏହାପରେ ସେ ତଳେ ପଡ଼ିଯାଇଥିଲେ ।

ତାଙ୍କ ଉପରେ ଟ୍ରକ ଚକା ମାଡ଼ିଯିବା ଫଳରେ ସେ ସେହି ସ୍ଥାନରେ ମୃତ୍ୟୁ ବରଣ କରିଥିଲେ। ଏପରି ଘଟଣାକୁ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏଥିସହିତ ପରିବାର ଲୋକେ ମହେନ୍ଦ୍ରଙ୍କ ଚକ୍ଷୁ ଦାନ କରିଛନ୍ତି ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

nis-ad
Leave A Reply

Your email address will not be published.