ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ୍ ଅନ୍ତର୍ଗତ ନୂଆଁ ବରିପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ସ୍ଥାନିୟ ନାରଙ୍ଗପୁର ଗ୍ରାମର ଦୁଶାସନ ଜେନା । ଆଜି ସକାଳୁ କେତେକ ଲୋକି ଏହି ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ । ହେଲେ ହାତୀ ଶବ୍ଦ ସୁଣି ଅନ୍ୟମାନେ ଦୈାଡି ପଳାଇ ଆସିଥିବାବେଳେ ଦୁଶାସନ ଜଙ୍ଗଲ ନିକଟ ରାସ୍ତାରେ ଦନ୍ତା ହାବୁଡରେ ପଡିଥିଲେ । ହାତୀ ତାଙ୍କ ବେକରୁ ସୁଣ୍ଡରେ ଧରି କଚାଡି ଦେବରୁ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବରପାଇ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତିଙ୍କୁ ଶବ ବ୍ୟବଚ୍ଛେଦ ପରେ ତଦନ୍ତ କରାଯାଇ ସରକାରୀ ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ କରାଯିବ କହିଛନ୍ତି ସ୍ଥାନିୟ ରେଞ୍ଜର । ତେବେ ମୃତ କଙ୍କ ପରିବାର ପକ୍ଷରୁ ୧୦ଲକ୍ଷ ଟଙ୍କା କ୍ଷତିପୁରଣ ଦାବି ହୋଇଛି ।

nis-ad
Leave A Reply

Your email address will not be published.