ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି 

ଖଜୁରୀପଡ଼ା: କନ୍ଧମାଳ ଜିଲାର ଗୌରବ ତଥା ତାଡ଼ି ସରୁବାଇ ଭାବେ ପରିଚିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଜ୍ୱର, ଝାଡ଼ା ସହ ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ଚାରିପଡାସ୍ଥିତ ବାସଭବନରେ ରହି ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସ୍ୱାସ୍ଥ୍ୟ ଅଧିକାରୀ ଡା. ଉତ୍ତମ କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଟିମ୍‌ ଚିକିତ୍ସା କରୁଛନ୍ତି । ତାଙ୍କୁ ସମସ୍ତ ପ୍ରକାର ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଡ.ବିଶ୍ୱାଳ କହିଛନ୍ତି ।

୭୮ ବର୍ଷ ବୟସ୍କା ପୂର୍ଣ୍ଣମାସୀଙ୍କ ସ୍ୱାସ୍ଥ୍ୟ ଖରାପ ଶୁଣି ତାଙ୍କ ଅନୁଗାମୀ ଚିନ୍ତିତ ହୋଇଛନ୍ତି । ଖଜୁରୀପଡ଼ା ସମେତ କନ୍ଧମାଳ ଜିଲାର ଜନସାଧାରଣ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବର୍ତ୍ତମାନ ପୂର୍ଣ୍ଣମାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.