ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଭୁବନେଶ୍ଵ: ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍। ଭୁବନେଶ୍ୱର ଡମଣା ଛକ ନିକଟରେ ଚେକିଂ ବେଳେ କଟିଲା ଫାଇନ୍। ଏହାସହିତ ବସ୍‌କୁ ସିଜ୍‌ କରିଛି ଏମ୍‌ଭିଆଇ ।

ସୂଚନା ଅନୁଯାୟୀ, ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍କୁଲ ବସ୍‌ ଗୁଡ଼ିକର ଯାଞ୍ଚ୍ ହେଉଛି । ଆଜି ଚେକିଂ ବେଳେ ଭୁବନେଶ୍ୱର ଡମଣା ଛକ ନିକଟରେ ଏକ ସ୍କୁଲ୍ ବସ୍ ସିଜ୍ ହୋଇଛି। ବସ୍‌ର ଫିଟ୍‌ନେସ୍, ପଲ୍ୟୁସନ୍, ଟ୍ୟାକ୍ସ, ଇନସୁରାନ୍ସ ନଥିବାରୁ ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କଟିଛି। ସ୍କୁଲ ପିଲାଙ୍କୁ ବିପଦପୂର୍ଣ୍ଣ ଭାବରେ ନବାଆଣିବା କରିବା ବେଳେ ବସ୍‌କୁ ଏମ୍‌ଭିଆଇ ସିଜ୍ କରିଛି। ତେବେ ଏହା ପୂର୍ବରୁ ବୁଧବାର ଦିନ କୋରାପୁଟର ଏକ ସ୍କୁଲ୍ ବସ୍‌ଠାରୁ ୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ୨୦୧୮ ଅପ୍ରିଲ ମାସ ଠାରୁ ବସ୍‌ର ଟ୍ୟାକ୍ସ ସହ ଫିଟନେସ ଓ ପରମିଟ ନଥିବାରୁ ଜରିମାନା ହୋଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.