ମାକୁ କୁରାଢୀରେ ହାଣି ହତ୍ୟାକଲା ପୁଅ

ମୋରଡ଼ା, ୨୧/୦୪ : ମାର ସ୍ନେହ ମମତା ଭୁଲିଗଲା ଜନ୍ମକଲା ପୁଅ। ନିଶାସକ୍ତ ଅବସ୍ଥାରେ ମାକୁ କୁରାଢୀରେ ହାଣି ହତ୍ୟା କଲା ମାତୃହନ୍ତା ପୁଅ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚାକୁଳିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ଥାନା ଚାକୁଳିଆ ଗାଁର ଗୁରୁବାରି ହେମ୍ବ୍ରମ୍ ଓ ତାଙ୍କ ପୁଅ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଧାରୁଆ କୁରାଢ଼ୀରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ଫଳରେ ଗୁରୁବାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘର ଭିତର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁବାରୀଙ୍କ ମୃତଦେହ ପଡ଼ିରହିଥିଲା। ଆଜି ସକାଳୁ ଗ୍ରାମବାସୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ଘଟଣାସ୍ଥଳରୁ କୁରାଢ଼ୀ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.