ନବନିର୍ବାଚିତ ସମସ୍ତ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ବ୍ଲକ ଓ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କିଛି ଦିନ ତଳେ ହୋଇଥିବା ନିର୍ବାଚନରେ ବିଜୁ ଜନତାଦଳ ର ନବ ନିର୍ବାଚିତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ପରିଷଦ କାଉନସିଲର, ଉପାଧ୍ୟକ୍ଷ ଓ ଉପାଧ୍ୟକ୍ଷା ମାନଙ୍କ ନିମନ୍ତେ ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ସାଲୁଗା ପ୍ରଧାନଙ୍କ ପୌରାହିତ୍ୟ ରେ ଏକ ବିରାଟ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିବା ବେଳେ ଉକ୍ତ ସଭାରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଛି।

ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସାଲୁଗା ପ୍ରଧାନ ଆସନ ଅଳଙ୍କୃତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ନାୟକ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମଞ୍ଚାସିନ ଥିଲେ ଓ ସମସ୍ତ ନବନିର୍ବାଚିତ ଜନ ପ୍ରତିନିଧି ଓ ସମସ୍ତ ବ୍ଲକ୍, ଏନ ଏ ସି ର ସଭାପତି ଓ କର୍ମୀ ସଭାରେ ଉପସ୍ଥିତ ଥିଲେ । ସଭାର ଆରମ୍ଭ ରେ ସମସ୍ତ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା ଓ ଓଡ଼ିଶାର ଗୌରବ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିଛବି ରେ ଧୂପ ଓ ପ୍ରଦୀପ ପ୍ରଜ୍ବଳନ ପରେ ଦିବଂଗତ ବିଭିନ୍ନ ଅଞ୍ଚଳର ଦଳୀୟ କର୍ମୀ ଙ୍କ ନିମନ୍ତେ ୨ ମିନିଟ ର ନୀରବ ପ୍ରାର୍ଥନା କରାଯାଇ ସଭା ଆରମ୍ଭ ହୋଇଥିଲା। ମାନ୍ୟବର ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ପ୍ରିତମ ଚନ୍ଦ୍ର ପ୍ରଧାନ ଓ ଅନ୍ୟ ମଞ୍ଚାସିନ ଅତିଥି ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ ପ୍ରତିନିଧି ଓ ଦଳୀୟ ସଭାପତି,ଉପସଭାପତି, ଯୁବ ଓ ଛାତ୍ର ସଭାପତି ଙ୍କ ସହ ବହୁ କର୍ମୀ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଅଭି ଭାଷଣ ଦେବା ପରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଦଳପ୍ରତି ଓ ନିର୍ବାଚିତ ହୋଇଥିବା ଆସନ କୁ ସମ୍ମାନ ଓ ସମାଜ ପ୍ରତି ନିଷ୍ଠାପର କର୍ତ୍ତବ୍ୟ କରିବା ସହ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ କୁ ୧ ନମ୍ବର କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ତଥା ଜନହିତକର ଯୋଜନା ଗୁଡ଼ିକୁ ଜନତା ଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରତିନିଧି ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସଭାରେ ଉପସ୍ଥିତ ସମସ୍ତ ବନ୍ଧୁ ମାନଙ୍କୁ ମିଠା ବଣ୍ଟା ଯାଇଥିଲା।

ଜନ ପ୍ରତିନିଧି ଙ୍କୁ ସାମୁହିକ ସମ୍ବର୍ଦ୍ଧନା ଦେବା ସଭାଟି ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ମାନ୍ୟବର ବିଧାୟକ ଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଘୁ. ଉଦୟଗିରି ବ୍ଲକ ସଭାପତି ରାଜମହୋନ କହଁର, ଏନ ଏ ସି ସଭାପତି ଗୋପାଳ ମହାପାତ୍ର,ଉପସଭାପତି ଏମ ଡି ଆଲମାସ୍, ରାଇକିଆ ବ୍ଲକ ସଭାପତି ରାଜମହୋନ କହଁର, ଟିକାବାଲି ବ୍ଲକ ସଭାପତି ପ୍ରତାପ ଦାସ, ଦାରିଙ୍ଗବାଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ଉପସ୍ଥିତ ଥିଲେ। ସରପଞ୍ଚ କରଡ଼l ଶ୍ରୀ ସାନୁଜ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ଚୌଧୁରୀ, ବରିଷ୍ଠ ବିଜେପି ନେତା ଗାନ୍ଧୀ ପାଣିଗ୍ରାହୀ, ବାବୁଲା ଦଳବେହେରା, ନାରାୟଣ ଦଳେଇ ନିଜ ସମର୍ଥକ ଙ୍କ ସହ ବିଜୁ ଜନତଦଳର ଶୃଙ୍ଖଳା ବ୍ୟବସ୍ଥା ଓ ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁପରିଚାଳନା ରେ ଆକର୍ଷିତ ହୋଇ ବିଧି ବଧ ଭାବେ ଦଳରେ ଯୋଗ ଦେଇଥିବା ବେଳେ ବିଧାୟକ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଉକ୍ତ ସଭା ର ପରିଚାଳନା ରାଇକିଆ ବ୍ଲକ ସଭାପତି ରାଜ ମହୋନ ଦିଗାଲ କରିଥିବାବେଳେ ଜିଲ୍ଲା ସମ୍ପାଦକ ମିଥୁନ ଦିଗାଳ, ଛାତ୍ର ସଭାପତି ରୋସନ୍ ନାୟକ, ଯୁବ ସଭାପତି ଅଭିଷେକ ନାୟକ, ରୂପକ କୁମାର ସାହୁ, ବାବୁନି ପଣ୍ଡା, ମିଟୁ ପଣ୍ଡା, ମିଲୁ ସାହୁ ସହଯୋଗ କରିଥିବା ବେଳେ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.