ଜଳଛତ୍ର ପାଣିରେ ବିଷ ମିଶାଇଲେ ଦୁର୍ବୃତ୍ତ : ପାଣି ପିଇ ୩ ଗୁରୁତର…

ମାଲାକାନଗିରି : ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତ ର ଏମପିଭି ୪୯ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ସେଠାରେ ଏକ ଜଳଛତ୍ର କେନ୍ଦ୍ର ର ମାଠିଆ ପାଣି ଭିତରେ କେହି ଦୁର୍ବୁତ୍ତ ବିଷ ମିଶାଇ ଦେବା ଯୋଗୁ ସେହି ପାଣି ପିଇ ଜଣେ ନାବାଳିକା ଙ୍କ ସମେତ ୩ ଜଣ ଗୁରୁତ୍ତର ଅସୁସ୍ଥ ହୋଇପଡିଥିବା ଦେଖିବାକୁ ମିଳିଛି l ଆହତ ମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇ ସେମାନଙ୍କର ଚିକିତ୍ସା ଚାଲିଛି l ବିଷ ପାଣି ପିଇ ଥିବା ବ୍ୟକ୍ତି ମାନଙ୍କର ବାନ୍ତି ମୁଣ୍ଡ ବୁଲାଇବା ଦୁର୍ବଳ ଲଗିଲା ଦେହ ଥରିବା ଭଳି ଲକ୍ଷଣ ଦେଖାଯାଉଚି l ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ଅସୁସ୍ଥ ମାନେ ହେଉଛନ୍ତି ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୁଲି ଜଣା ପଡିଛି l ସୂଚନା ନେବାରୁ ଜଣା ପଡିଛି ଯେ ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକ ଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା l ଏହି ଜଳ ଛତ୍ର କେନ୍ଦ୍ରର ରକ୍ଷଣା ବେକ୍ଷଣ ଓ ପ୍ରତ୍ୟକ ଦିନ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ସନ୍ଧ୍ୟା ରାଣୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ଗ୍ରାମବାସୀ ମାନେ ଚୟନ କରି ନିୟୋଜିତ କରିଥିଲେ l ପଞ୍ଚାୟତ ତରଫରୁ ମହିଳାକୁ ପାରିଶ୍ରମିକ ଦେବା ପାଇଁ ସ୍ଥିର କରାଯାଇଥିଲା l ତେବେ ମହିଳା ଜଣଙ୍କ ପ୍ରତ୍ୟକ ଦିନ ଭଳି ମାଟି ହାଣ୍ଡିରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ l ଏହି ସମୟରେ ସେଠାରେ ଲୋକମାନେ ପହଁଚି ଜଳଛତ୍ର କେନ୍ଦ୍ରରୁ ପାଣି ପିଇ ଥିଲେ l ପାଣି ପିଇ ବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ପରେ ଗାଁ ଲୋକ ସେଠାରେ ପହଁଚି ମାଠିଆ ପାଣି ଯାଂଚ କରିବା ପରେ ସେଥିରେ ବିଷ ମିଶି ଥିବା ଜାଣିବାକୁ ପାଇଥିଲେ l ଚାଷ ରେ ବ୍ୟବହୃତ ହେଉଥିବା କୀଟନାଶକ ଔଷଧ ମିଶା ଯାଇଥିବା ଜଣା ପଡିଛି l ତେବେ ଏଭଳି ଜଘନ୍ୟ କାମ କିଏ କରିଛି ସେ ନେଇ ଗ୍ରାମବାସୀ ମାନେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି l ପୋଲିସ ପାଖର ଖବର ନାହିଁ

nis-ad
Leave A Reply

Your email address will not be published.