ସଂକ୍ରମଣ ଉପରେ ନିୟମିତ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେଉଛି । ଏହାକୁ ନେଇ ଆଗୁଆ ସର୍ତକତା ଅବଲମ୍ବନ କରିଛି ଓଡିଶା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି । ସଂକ୍ରମଣ ଉପରେ ନିୟମିତ ନଜର ରଖିବା ପାଇଁ କୁହାଯାଇଛି ।

ଯେକୌଣସି କ୍ଲଷ୍ଟରେ ସଂକ୍ରମଣ ବଢିବା, ସଂକ୍ରମଣ ହାର, କେତେ ଲୋକ ସଂକ୍ରମିତ ହେଉଛନ୍ତି ସେନେଇ ସମୀକ୍ଷା ଜରୁରୀ ଅଟେ । ସଂକ୍ରମଣ ପ୍ରବଣ ଦେଶ ଓ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି । ଟେଷ୍ଟିଂ-ଟ୍ରାକିଂ-ଟ୍ରିଟମେଣ୍ଟ-ଟୀକାକରଣ ସହିତ କୋଭିଡ ନିୟମକୁ କଡାକଡି ପାଳନ କରାଯିବ ।

ଏହାସହିତ ଯେଉଁମାନେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯିବ । ଅଣ କୋଭିଡ ହସ୍ପିଟାଲଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଓ ଯଦି କୌଣସି ପରିସ୍ଥିତିରେ ହଠାତ ସଂକ୍ରମଣ ବୃଦ୍ଧି ପାଏ ତେବେ ଆକ୍ସନ ପ୍ଲାନ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଭିଡ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ବଜାଇ ରଖିବା ଏବଂ ନିୟମିତ ହାତ ଧୋଇବା ଜାରି ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି

nis-ad
Leave A Reply

Your email address will not be published.