ଆଭ୍ୟନ୍ତରୀଣ ମହିଳା ଯୌନ ଶୋଷଣ, ନିର୍ଯ୍ୟାତନା ନିବାରଣ ଅଭିଯୋଗ ଶୁଣାଣି କମିଟି ଗଠନ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ଆଭ୍ୟନ୍ତରୀଣ ମହିଳା ଯୌନ ଶୋଷଣ, ନିର୍ଯ୍ୟାତନା ନିବାରଣ ଅଭିଯୋଗ ଶୁଣାଣି କମିଟି ଗଠନ ଆଜି ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ହୋଇଛି । ବ୍ଳକ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳାଙ୍କ ଯୌନ ଶୋଷଣ, ନିର୍ଯ୍ୟାତନ ଓ ଅଶ୍ଳୀଳ ବ୍ୟବହାର ଭଳି କାର୍ଯ୍ୟରୁ ନିବୃତ୍ତ କରିବା ଓ ସତ୍ୟାସତ୍ୟ ତଦନ୍ତ କରିବା ପାଇଁ ଏକ ୯ଜଣିଆ ବ୍ଳକ ସ୍ତରୀୟ ଆଭ୍ୟନ୍ତରୀଣ ମହିଳା ଯୌନ ଶୋଷଣ, ନିର୍ଯ୍ୟାତନା ନିବାରଣ ଅଭିଯୋଗ ଶୁଣାଣି କମିଟି ଗଠନ କରାଯାଇଛି । ଏହାର ସଂଯୋଗକାରୀ ଅଧିକାରୀ ଭାବେ ବିଡିଓ ଗଦାଧର ପାତ୍ର ରହିଥିଲା ବେଳେ ଆବାହିକା ଭାବେ ସିଡିପିଓ ଅଞ୍ଜଳି ମହାପାତ୍ର ରହିଛନ୍ତି । ଅନ୍ୟ ୭ଜଣ ସଦସ୍ୟ ମଧ୍ୟରୁ ଜଣେ ସ୍ଵେଛାସେବୀ ଅନୁଷ୍ଠାନ ପ୍ରେମପ୍ଲାନ ର କାର୍ଯ୍ୟକ୍ରମ ପରିଚାଳକ ସୁଧିର ଦିଗାଲ, ଦୁଇଜଣ ଆଇସିଡିଏସ ର ମଣ୍ଡଳ ପରିଦର୍ଶିକା ପ୍ରଭାତମଞ୍ଜୁରୀ ଦାସ ଓ ସୁକୁନ୍ତୁଳା ନାୟକ, ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଲିଲି ପୁଷ୍ପିକା ଏକା ଓ ଶୁଭଲତା ପାଣିଗ୍ରାହୀ , ଆଇସିଡିଏସ ବ୍ଳକ ପ୍ରକଳ୍ପ ସଂଯୋଜକ ସୋରଜ କୁମାର ଦିଗାଲ ଓ ଜଣେ କନିଷ୍ଠ ରାଜସ୍ୱ ସହକର୍ମୀ ରହିଛନ୍ତି ।

nis-ad
Leave A Reply

Your email address will not be published.