ବଢୁଛି କରୋନା ସଂକ୍ରମଣ; ରାଜ୍ୟରେ ନାହିଁ ଆତଙ୍କିତ ହେବା ଭଳି ସ୍ଥିତି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ସଜାଗ ହେଲେ ରାଜ୍ୟ ସରକାର । ରାଜ୍ୟରେ ବହୁତ କମ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ କେସ ନାହିଁ । ତେଣୁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ମାନଙ୍କୁ କୁହାଯାଇଛି ।

ICMR ଗାଇଡଲାଇନ ଅନୁଯାୟୀ ଟେଷ୍ଟ ବଢ଼ାଯାଇଛି । କ୍ଲଷ୍ଟର ଆଉଟ ବ୍ରେକ୍‌ ଯେଉଁଠି ହେଉଛି, ତାରି ଉପରେ ତୀକ୍ଷ୍ନ ନଜର ରହିଛି । ହାଇ ରିସ୍କ ପପୁଲେସନ ଉପରେ ରଖାଯାଇଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଦେଶରେ ବଢିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୨ ହଜାର ୧୮୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୧୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨ ହଜାର ପାର କରିଛି । ଗତ ୧୬ ତାରିଖରେ ୯୭୫ ଓ ୧୫ ତାରିଖରେ ୯୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

nis-ad
Leave A Reply

Your email address will not be published.