ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର

ମୁମ୍ବାଇ: ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର। ଶିବସେନା ବିଧାୟକ ମଙ୍ଗେଶ କୁଦଲକରଙ୍କ ପତ୍ନୀ ରଜନୀଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ରବିବାର ମୁମ୍ବାଇସ୍ଥିତ ତାଙ୍କ ବାସଭବନରୁ ରଜନୀଙ୍କ ମୃତ ଦେହକୁ ପୁଲିସ ଜବତ କରିଛି। ମୃତ ଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହା ଆତ୍ମହତ୍ୟାଜନିତ ନେଇ ସନ୍ଦେହ କରୁଛି। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହଇଛି।
ମୁମ୍ବାର କୁର୍ଲା ଇଷ୍ଟରେ ଥିବା ନେହରୁ ନଗର ଇଲାକା କୋଅପରେଟିଭ ହାଉସିଂ ସୋସାଇଟିରେ ବିଧାୟକ ମଙ୍ଗେଶ ନିଜ ପରିବାର ସହ ରୁହନ୍ତି। ତେବେ ରବିବାର ଉକ୍ତ ଘରେ ତାଙ୍କ ପତ୍ନୀ ରଜନୀଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ରଜନୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏ ସମ୍ପର୍କରେ ନେହେରୁ ନଗର ପୁଲିସ ତଦନ୍ତ କରୁଛି। କିନ୍ତୁ ପ୍ରକୃତ କାରଣ ଜଣାପଡ଼ି ନାହିଁ। ହେଲେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କୁର୍ଲା ବିଧାନସଭା ଆସନରୁ ମଙ୍ଗେଶ ପ୍ରତିନିଧିତ୍ୱ କରୁଛନ୍ତି।

nis-ad
Leave A Reply

Your email address will not be published.