ଭାରତ ଗସ୍ତ ପୂର୍ବରୁ ରୁଷକୁ ନେଇ ଏଭଳି ଟ୍ବିଟ କଲେ ବୋରିସ୍ ଜନସନ

ନୂଆଦିଲ୍ଲୀ: ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଏପ୍ରିଲ୍‌ ୨୧ ତାରିଖରେ ଭାରତରେ ପହଞ୍ଚିବେ ବୋଲି ରବିବାର ଦିନ ତାଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି। ଏହା ପୂର୍ବରୁ ବୋରିସ ଜନସନ ଏକ ଟ୍ବିଟ କରିଛନ୍ତି। ଟ୍ବିଟରେ ସେ ରୁଷକୁ ଏକଛତ୍ରବାଦୀ ରାଷ୍ଟ୍ର ବୋଲି କହି ଅନ୍ୟ ଦେଶକୁ ଏକାଠି ହେବାକୁ କହିଛନ୍ତି।
ସେ କହିଥିବା ଟ୍ବିଟରେ ଲେଖାଯାଇଛି ଯେ, ଦେଶ ମଧ୍ୟରେ ଦୀର୍ଘମିଆଦୀ ସହଭାଗିତାକୁ ଗଭୀର କରିବାକୁ ଏହି ସପ୍ତାହରେ ମୁଁ ଭାରତ ଯାତ୍ରା କରିବି। ଏକଛତ୍ରବାଦୀ ରାଷ୍ଟ୍ରଠାରୁ ଆମର ଶାନ୍ତି ଏବଂ ସମୃଦ୍ଧତା ପ୍ରତି ବିପଦ ଥିବାରୁ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ବନ୍ଧୁମାନେ ଏକତ୍ର ରହିବା ଜରୁରୀ ଅଟେ। ଏଭଳି ସମୟରେ ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ଏବଂ ବିଶ୍ବର ସର୍ବ ବୃହତ ଗଣତନ୍ତ୍ର ଭାବରେ ଭାରତ ହେଉଛି ବ୍ରିଟେନ ପାଇଁ ଏକ ମୂଲ୍ୟବାନ ରଣନୀତିକ ଅଂଶୀଦାର। ମୋର ଭାରତ ଗସ୍ତ ଦ୍ବାରା ଆମ ଦୁଇ ଦେଶର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଆରମ୍ଭ କରି ଶକ୍ତି ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତି ଆସିବ।
ତେବେ ବ୍ରିଟିସ୍‌ର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ଭାରତ ଗସ୍ତରେ ଆସୁଥିବା ବୋରିସ୍‌ ଜନ୍‌ସନ୍‌ ଏପ୍ରିଲ୍‌ ୨୧ ତାରିଖରେ ଅହମଦାବାଦରୁ ଭାରତ ଗସ୍ତ ଆରମ୍ଭ କରିବେ। ସେଠାରେ ସେ ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟି ଇଂଲଣ୍ଡ୍‌ ଓ ଭାରତ ମଧ୍ୟରେ ସମୃଦ୍ଧ ବାଣିଜ୍ୟ ବ୍ୟବସାୟ ଏବଂ ଜନସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ହେଉଛି ଜଣେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଜରାଟ ଗସ୍ତ।

nis-ad
Leave A Reply

Your email address will not be published.