ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଆଜି ଅଚାନକ ଛତ୍ରପୁର ଏନଏସିର ଗୋପବନ୍ଧୁ ନଗର ସାହି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ଯାଂଚ କରିଥିଲେ । ସେଠାରେ ଜଣେ ମାତ୍ର ଶିଶୁ ମା ଙ୍କ ସହ ଥିବା ବେଳେ କେନ୍ଦ୍ ର ହେଲପର ମଧ୍ୟ ଉପସ୍ଥିତ ଥିଲେ । ଏହା ଦେଖି ସେ କ୍ଷୋଭ ପ୍ରକାଶ କରିବା ସହ କେନ୍ଦ୍ର ରେ କେତେ ସଂଖ୍ୟକ ପିଲା ଆସୁଛନ୍ତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ତଦାରଖ କରିଥିଲେ । ଏହି ପରିଦର୍ଶନ ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଗତ ପୌର ନିର୍ବାଚନ ସରିବା ପରେ ଛତ୍ରପୁର ଏନଏସିରେ ନବନିର୍ବାଚିତ କାଉନସିଲର ମାନେ ନିଜ ନିଜ ଅଂଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକ ବୁଲି ତଦଦାରଖ କରୁଛନ୍ତି । ଏହା ସହ କେନ୍ଦ୍ର ଗୁଡିକରେ ସମସ୍ତ କାର୍ଯ୍ୟ ସଠିକ୍ ଭାବେ ଚାଲିଛି କି ନାହି ତାହାର ମଧ୍ୟ ସେମାନେ ଯାଂଚ କରିଛନ୍ତି । ଏହି ଅବସରରେ ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୋପବନ୍ଧୁ ନଗର ସାହି ରେ ଥିବା କେନ୍ଦ୍ରକୁ କାଉନସିଲର ସନ୍ତୋଷୀ ସେଠୀ ନିୟମିତ ପରିଦର୍ଶନ କରିଆସୁଛନ୍ତି । ସେହିପରି ୯ ନମ୍ବର ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଆଜି କାଉନସିଲର ପ୍ରିତିଛନ୍ଦା ସାମଲ ପରିଦର୍ଶନ କରି ସ୍ଥିତି ଯାଂଚ କରିବା ସହ ସମସ୍ତ ସାମଗ୍ରୀ ସଠିକ୍ ଭାବେ ବଣ୍ଟନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.