ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ


ଫୁଲବାଣୀ : ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ପରିସରରେ ଗତ ୪ ତାରିଖରୁ ଠାରୁ ଆରମ୍ଭ ହୋଇତିବା ବାଲିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା ତାଲିମ୍ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ଏହିଥିରେ ବିଦ୍ୟାଳୟର ୩୭୧ ଜଣ ଛାତ୍ରୀଙ୍କୁ ୫ଜଣ ପ୍ରଶିକ୍ଷିକା ପ୍ରଶିକ୍ଷଣ ଦେଇଥିଲେ । ଉଦ୍‌ଯାପନି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ କାଦରଗୌର କହଁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ରନାଥ ମୁର୍ମୁ ଓ ମୁଖ୍ୟବକ୍ତା ଭାବେ ବିର ଆଇନଜୀବି ବିଜୟ କୃଷ୍ଣ ପଟନାୟକ ଯୋଗଦେଇ ଚାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳର ବିଭିନ୍ନ ଦିଗ ଓ ଉପଯୋଗିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଇଂରାଜୀବ ଅଧ୍ୟାପକ ଧର୍ମପଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଂରାଜୀ ଅଧ୍ୟାପିକା ବିମଳା ରାଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରୀ ଓ ପ୍ରଶିକ୍ଷିକା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.