ରାଜନୈତିକ ହିଂସା ଓଡ଼ିଶା ପାଇଁ ଚିନ୍ତାର କାରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେହ ଲେଖିଛନ୍ତି ରାଜ୍ୟରେ ବିରୋଧୀଙ୍କ ରାଜନୈତିକ ଶକ୍ତିକୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଅନୁଗୋଳ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଓ ଏଥିରେ ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ମୁଁ ଦୁଃଖିତ ଓ ମର୍ମାହତ । ସାରା ରାଜ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ, ଯାହା ଓଡିଶା ପାଇଁ ଚିନ୍ତାର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ତାହା ସହ ଅସହିଷ୍ଣୁତାର ରାଜନୈତିକ ହିଂସା ଘଟାଉଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ପୁଲିସ ଓ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

nis-ad
Leave A Reply

Your email address will not be published.