ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ବୁଲି ଦେଖିଲେ 5T ସଚିବ ଭି.କେ.ପାଣ୍ଡିଆନ୍

ପୁରୀ/ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ୍ । ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ । ଆଜି (ଶନିବାର) ସକାଳ ସମୟରେ ରାଜ୍ୟ ସରକାରଙ୍କ 5T ସଚିବ ଭି.କେ ପାଣ୍ଡିଆନ ସୁଆଣ୍ଡୋ ଗସ୍ତ କରିଛନ୍ତି ।

ସୁଆଣ୍ଡୋରେ ୧୫.୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ପାର୍କ, ରାସ୍ତା, ମନ୍ଦିର, ଗୋପବନ୍ଧୁଙ୍କ ଦାସ ଗୃହର କାମ ଅନୁଧ୍ୟାନ ସହ ସ୍ଥିତି ସମୀକ୍ଷା କରିବେ 5T ସଚିବ । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

ଗସ୍ତ ସମୟରେ ଗଣମାଧ୍ୟମକୁ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ୨୫ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଚାଲିଛି । ଆଗାମୀ ୨ ରୁ୩ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସୁଆଣ୍ଡୋ ଗ୍ରାମ ବାସିଙ୍କର ଅନ୍ୟ କିଛି ଦାବି ଥିଲେ, ସେ ଉପରେ ଧ୍ୟାନ ଦିଆଯିବ । ଶିବ ମନ୍ଦିର, ଉତ୍କଳମଣି ମ୍ୟୁଜିୟମ, ଷଠିଘର ପୁନଃରୁଦ୍ଧାର ଭଳି କାମ ଚାଲିଛି । ଖୁବଶୀଘ୍ର ଏହି ସବୁ କାମ ସରିବ ।

nis-ad
Leave A Reply

Your email address will not be published.