ପ୍ରତିଶ୍ରୁତି ଦେଇ ଭୁଲିଗଲେ ଅଧିକାରୀ, ଦୀର୍ଘ ଦୁଇବର୍ଷ ପରେ ମୋ ବଗିଚା କାମ ପଇସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସଦର ମହକୁମା ଗଙ୍ଗଲା ପଂଚାୟତରେ ଗତ୨ ବର୍ଷ ପୂର୍ବେ ଏସ.ଏଚ.ଜି ମାଆ ମାନେ ସେମାନଙ୍କ ଘରେ ଘରେ ମୋ ଉପକାରି ବଗିଚା କରିଥିଲେ । ପ୍ରତି ବଗିଚା ପିଛା ୬୦୦୦ ହଜାର ଟଙ୍କା ରହିଥିଲା । ଗଙ୍ଗଲା ପଂଚାୟତର ୮ ଗୋଟି ଏସ.ଏଚ.ଜି ମାଆ ଏହି ଯୋଜନା ଦ୍ୱରା ବଗିଚା କରି ଦିର୍ଘ ୨ ବର୍ଷ ହେଲା ଟଙ୍କା ପାଇଁ ପଂଚାୟତରେ ଜି.ଆର.ଏସ ଓ ବ୍ଲକରେ ବି.ଡି.ଓଙ୍କ ନିକଟକୁ ଦଉଡି ଦଉଡି ହାଲିଆ ହୋଇ ଯାଇ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଘଟଣାରୁ ପ୍ରକାଶ ୨ ବର୍ଷ ପୂର୍ବେ କରୋନା ମହାମାରି ଚାଲିଥିବା ବେଳେ ନରେଗା ଯୋଜନା ମାଧ୍ୟମରେ ଗାଁରେରହି ଲୋକ ମାନେ କିଭଳି ସମସ୍ତ ସୁବିଧା ପାଇବେ ସେଥି ନିମନ୍ତେ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା । ତେବେ ଗ୍ରାମରେ ଥିବା ଏସ.ଏଚ.ଜି ମାଆ ମାନେ ମଧ୍ୟ ନିଜ ଗ୍ରାମରେ କିଛି କାମ କରି ଅର୍ଥ ଉପାର୍ଜନ କରିବା କଥା ଭାବିଥିଲେ । କିନ୍ତୁ ଆଜି ପ୍ରର୍ଯ୍ୟନ୍ତ ଏମାନେ ସେମାନଙ୍କ କାମ କରିବା ଟଙ୍କା ପାଉ ନାହାଁନ୍ତି । ଜି.ଆର.ଏସ ମଧ୍ୟ ଏମାନଙ୍କ କଥା ଶୁଣୁ ନଥିବାରୁ ଶେଷର ଜିଳ୍ଲାପାଳଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ । ଦାବି ପତ୍ର ଦେବା ସମୟରେ ମୁକ୍ତା କୋପେ , ମାରିୟାମ୍ ମାଢି , ୱାନି ଖାରାମି ଶହ ୫୦ ରୁ ଉର୍ଦ୍ଧ ଏସ.ଏଚ.ଜି ଗ୍ରୁପ୍‌ର ମହିଳା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.