ପୁତୁରା ଟାଙ୍ଗିଆ ଚୋଟରେ ବଡ ବାପା ମୃତ


ଫୁଲବାଣୀ (୧୩/୦୪) : ପୁତୁରାର ଟାଙ୍ଗିଆ ଚୋଟରେ ବଡ ବାପାର ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସୁଗଡ଼ବାଡ଼ି ପଞ୍ଚାୟତର କାଲିଗାଡୁ ଗାଁରେ  ଘଟିଛି ଏଭଳି ହତ୍ୟାକାଣ୍ଡ । ନିଜ ବଡ ବାପାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛି ପୁତୁରା ମିଲଟନ ଦିଗାଲ ।
ଆଜି ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।  ଗୁରୁତର ଅବସ୍ଥାରେ ନିକଦମ ଦିଗାଲଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣା ସ୍ଥଳକୁ ପୋଲିସ ପହଁଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.