ମହିଳାଙ୍କଠୁ ଲୁଟିଲେ ଚେନ୍, ସ୍କୁଟିରୁ ପଡି ମହିଳା ଆହତ

ରାଜଧାନୀ ଭୁବନେଶ୍ୱରରେ ଏବେ ଚୋରୀ ଡକାୟତୀ ସାଧାରଣ କଥା ହୋଇଗଲାଣି । ଦୈନିକ ଚୋରି ଏବଂ ହତ୍ୟାର ଖବର ଶୁଣି ଶୁଣି ରାଜଧାନୀ ବାସି ଦେହସୁହା ହୋଇଗଲେଣି । ଏହାରି ମଧ୍ୟରେ ଏବେ ପୁଣି ରାଜଧାନୀରେ ବ୍ଲାକ୍ ପଲସର ଆତଙ୍କ ଖବର ଆସିଲାଣି ।

ସୂଚନା ଅନୁସାରେ ଆଜି ସକାଳେ ଜଣେ ମହିଳା ତାଙ୍କ ଝିଅକୁ ସ୍କୁଲରେ ଛାଡ଼ି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ଦିନ ଦ୍ୱିପ୍ରହରେ ଦୁର୍ବତ୍ତମାନେ ବ୍ଲାକ୍ ପଲସରରେ ଦୁର୍ବତ୍ତ ଆସି ତାଙ୍କଠୁ ସୁନା ଚେନ୍ ଲୁଟି ନେଇଥିଲେ । ଏହି ସମୟରେ ମହିଳା ଜଣକ ସ୍କୁଟି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଏବଂ ଗାଡ଼ିରୁ ପଡି ଗୁରୁତ୍ତର ଆହତ ହୋଇଥିବା ଖବର ମିଳିଛି । ନୟାପଲ୍ଲୀ ଅଞ୍ଚଳର ଏକ ଜନ ଗହଳି ସ୍ଥାନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ମହିଳା ଜଣକ ନୟାପଲ୍ଲୀ ଥାନାରେ ଏକ ଚୋରି ମାମଲା ଦାୟର କରିଛନ୍ତି । ଏହା ପରେ ପୋଲିସ ଅପରାଧୀଙ୍କୁ ଧରିବାକୁ ପଦକ୍ଷେପ ନେଉଥିବା ସୂଚନା ଦେଇଛି । ଏହିଭଳି ଗତ ଏକ ମାସ ତଳେ ଏକାମ୍ର ହାଟ ନିକଟରୁ କିଛି ଦୁର୍ବତ୍ତ ଜଣେ ଯୁବତୀଙ୍କଠାରୁ ମୋବାଇଲ ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପରେ ମହିଳା ଜଣକ ଖାରବେଳ ନଗର ପଲିସ ନିକଟରେ ଏକ ମାମଲା ରୁଜୁ କରିବାରୁ ଘଟଣା ସାମ୍ନାକୁ ଆସିଥିଲା । ଏକାମ୍ର ହାଟ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧର କରି ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସଫଳତା ପାଇ ପାରି ନାହିଁ ।

nis-ad
Leave A Reply

Your email address will not be published.