ମମିତାକୁ ନ୍ୟାୟ ଦେବାପାଇଁ କଳାକୋର୍ଟ ପିନ୍ଧିଲେ ନରସିଂହ ମିଶ୍ର

ବଲାଙ୍ଗିର: ମୁଁ ଶିକ୍ଷୟିତ୍ରୀ ମମିତା ମେହେର ପରିବାରକୁ ଯଥାସମ୍ଭବ ନ୍ୟାୟ ପ୍ରଦାନ ପାଇଁ ଲଢେଇ ଜାରି ରଖିବି । ଏହି ହତ୍ୟାକାଣ୍ଡ ଘଟଣାର ଉପଯୁକ୍ତ ତଦନ୍ତ ହୋଇନି । ଆବଶ୍ୟକ ହେଲେ ୮୪ ବର୍ଷ ବୟସରେ କଳେ କୋର୍ଟ ପିନ୍ଧିବି ଓ କୋର୍ଟକୁ ଯିବି । ଯେପର‌୍ୟ୍ୟନ୍ତ ମମିତାକୁ ନ୍ୟାୟ ନ ମିଳିଛି ସେପର‌୍ୟ୍ୟନ୍ତ ଚୁପ ବସିବିନାହିଁ ବୋଲି କହିଛନ୍ତି ବଲାଙ୍ଗିର ବିଧାୟକ ଯଥା କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ।

ତୁରେଇକାଲା ଥାନା ଅନ୍ତର୍ଗତ ଝରନି ଗାଁକୁ ଆସି ମୃତ ମମିତାଙ୍କ ପରିବାରବର୍ଗଙ୍କୁ ଭେଟିବା ଅବସରରେ ବିଧାୟକ ମିଶ୍ର ଏହି ସୂଚନା ଦେଇଛନ୍ତି । ଅପରପକ୍ଷରେ ଆଜି ସେ ନିଜ କଥା ରଖବ ୮ ବର୍ଷ ପରେ କଳାକୋର୍ଟପିନ୍ଧି ଓଡିଶା ଉଚ୍ଚନ୍ୟାୟଳୟରେ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ନିଜେ ଆଇସି ମାଧ୍ୟମରେ ମାମଲା ପରିଚାଳନା କରିଥିଲେ ।
ଓଡିଶା ନ୍ୟାୟଳୟରେ ମୁଖଁ ବିଚାରପତି ନ୍ୟାଯମୂର୍ତ୍ତି ଏକ ମୁରଲାଧର ଓ ନ୍ୟାଯମୂର୍ତ୍ତି ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଜି ଉକ୍ତ ମାମଲାର ଶୁଣାଣି କରିଥିଲେ । ଏଥିରେ ବିଧାୟକ ଶ୍ରୀ ମିଶ୍ର ନିଜେ ଯୁକ୍ତି କରିଥବଲେ ଯେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସ୍ଥିତ ଘରୋଇ ସନସାଇନ୍ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯିବା ପଛରେ ଷଡୟନ୍ତ୍ର ରହିଛି । ତେବେ ପୁଲିସର ମାମଲା ରୁଜୁ ଓ ପରବର୍ତ୍ତୀ ତଦନ୍ତରେ ଅନେକ ସନ୍ଧେହ ସୃଷ୍ଟି ହୋଇଛି । ସିନ୍ଧେଜିଲ୍ଲା ପୋଲିସ ଏହି ଘଟଣାରେ ଯେଉଁ ମାମଲା ରୁଜୁ କରିଛି ପ୍ରକୃତ ଅଭିଯୁକ୍ତ ଖସିଯିବାର ରାସ୍ତା ବହାର କରାଯାଇଛି । ଏହି ମାମଲା ରୁଜୁ ବେଳେ ଭାରତୀୟ ଦଣ୍ଡାବିଧି ଆଇନର ଧାରା ୩୬୬କୁ ସ୍ଥାନିତ କରାଯାଇଛି । ଏହି ୩୬୬ ଦଫା କଣ? ଝିଅର ଇଛା ବିରେଧରେ ବିବାହ କରିବା ପାଇଁ ଯଦି ଅପହରଣ କରାଯାଇଥାଏ ତେବେ ଏହା ପ୍ରଯୋଗ କରାଯାଇଥାଏ । ଘଟଣା ଆଧାରରେ ମାମଲା ରୁଜୁ ହେବା କଥା । ଘଟଣା ହୋଇଚି କଣ ଏବଂ ମାମଲା ରୁଜୁ କଣ କରାଯାଇଛି ବୋଲି ସେ ପ୍ରଶ୍ନ କରିଥବଲେ ।
ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇନାହିଁ । ତେଣୁ ମୁଖ୍ୟ ଷଡୟନ୍ତ୍ରକାରୀ ଆଇନର ପରଦା ପଛରେ ଲୁଚକାଳି ଖେଳୁଛି । ହତ୍ୟାକରୀ ଓ ସହଯୋଗୀଙ୍କୁ ଗିରଫ କରି ପୋଲିସ ନିଜ ଦାୟିତ୍ୱ ସାରିଦେଇଛି । ଯେହେତୁ ଏହି ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଥବା ବାରମ୍ବାର ଅଭିଯୋଗ ହୋଇଆସୁଛି କିନ୍ତୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ତାଙ୍କୁ ବଂଚାଇବା ଲାଗି ଏ ଦିଗରେ ଅନୁସନ୍ଧାନ ହୋଇନାହିଁ । ଏହି ମାମଲାରେ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ତେଣୁ ଉଚ୍ଚନ୍ୟାୟଳୟଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇ ପୁଣିଥରେ ମାମଲାର ତଦନ୍ତ କରାଯାଉ ବୋଲି ଖଣ୍ଡପୀଠ ସମ୍ମୁଖରେ ଶ୍ରୀ ମିଶ୍ର ଯୁକ୍ତି କଲେ । ତେବେ ମାମଲାର ଚାର୍ଜସିଟ୍ ତଳକୋର୍ଟରେ ଦାଖଲ ହୋଇଥିବାରୁ ସିଧାସଲଖ ଉକ୍ତ କୋର୍ଟ ଏହି ନିର୍ଦେଶ ଜାରି କରିପାରିବେ ବୋଲି ଖଣ୍ଡପୀଠ ପରାମର୍ଶ ଦେଇଥିଲେ । ତେଣୁ ଆଡେଦନକାରୀ ଉକ୍ତ କୋର୍ଟରେ ଏ ସମ୍ପର୍କିତ ପିଟିସନ୍ ଦାସଲ କରିପାରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବଙ୍ଗୋମୁଣ୍ଡ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମନ୍ଦିଷ୍ଟ୍ରେଟ୍ (ସେ ଏମ୍ପ୍‌ଙ୍କ ନିକଟରେ ୨୦୦ଣ ପୃଷ୍ଠା ସମ୍ପର୍କିତ ଅଭିଯୋଗ ପହଁ ଜ୍ଜଚାଲିସିଟ୍) ତାଖଲ କରାଯାଇଥିବା ବେଳେ ଗତ ଫେଆରୀ ୨୪ ତାରିଖରେ ଏହି ମାମଲା ଅତ୍ୟନ୍ତ ସଙ୍ଗୀନ ଅପରାଧ ଶ୍ରେଣୀର ହୋଇଥିବାରୁ ଏହାର ବିଚାର ଉପର ନାୟଳୟସ ହେବା ବେଳ ଜେଏମ୍ ଏଫ୍ସି କହିଥିଲେ । ତେଣୁ ମାମଲା କଣ୍ଟାଚାର‌୍ୟ୍ୟ ସ୍ଥିତ ଅତିରିକ୍ତ ଜିଲା ଜଜ୍ (ଏଜିଲେ)ଙ୍କ ନ୍ୟାୟାଳୟରେ ଆରମ୍ଭ ହୋଇଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ଗାଡ଼ିତଳକୁ ରାଧେଶ୍ୟାମ କଣ୍ଠଙ୍କୁ କଣ୍ଟାବାଞ୍ଜି କାରାଗାରରୁ ଧାର‌୍ୟ୍ୟ ତ ରିଖରେ ଶୁଣାଣି ପାଇଁ ଏ ଲେଙ୍କ ନ୍ୟାୟାଳୟରେ ହାଜର କରାଯାଉଛି ।

nis-ad
Leave A Reply

Your email address will not be published.