ଆଜି ବି ଇଣ୍ଟରନେଟ୍ ସେବା ବନ୍ଦ : ଯୋଡାରେ ଜାରି ରହିଛି ୧୪୪ ଧାରା

ଯୋଡା: କେନ୍ଦୁଝରରେ ଆଜି ବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଫକ୍ଷରୁ ପ୍ଲାଗମାର୍ଚ୍ଚ ଜୋରଦାର କରାଯାଇଛି । ଯୋଡାରେ ୧୪୪ ଧାରା ଜାରି ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ସୂଚନା ମିଳିଛି ।

୩ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି । ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।

ସୂଚନା ଅନୁସାରେ, ଯୋଡା ବଜାର ନିକଟରେ ଏକ ଗୋଷ୍ଠୀ ଧାର୍ମିକ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତାପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ କରିଥିଲେ । ଏଥିରେ ପାଖାପାଖି ୧୦ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏସପିଙ୍କ ସହିତ ପୋଲିସ ଫୋର୍ସ ପହଂଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ହେଲେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଥିବାରୁ ୧୪୪ ଧାରା ଲାଗୁ କରିଛି ପ୍ରଶାସନ ।

nis-ad
Leave A Reply

Your email address will not be published.