ବାଲିଗୁଡ଼ାରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଜବତ : ଗାଡ଼ିସହ ଅଭିଯୁକ୍ତ ଗିରଫ


ବାଲିଗୁଡା : କନ୍ଧମାଳ ଜିଲ୍ଳାରେ ଦିନକୁ ଦିନ ବେଆଇନ୍‌ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଥିବା ବେଳେ ଫିରିଙ୍ଗିଆ ପୋଲିସ ପବିଙ୍ଗିଆ ଛକରେ ପାଟ୍ରୋଲିଂ କରିବା ସମୟରେ ଗୋଟିଏ କାରରୁ ୩୦ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି | ଗିରଫ ହୋଇଥିବା ଅଭିଯୁକ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗେବା ପଦର ଗ୍ରାମର ଜିତେନ୍ଦ୍ର ଦିଗାଲ। ପୋଲିସ ଦ୍ୱାରା ଜବତ ହୋଇଥିବା ଗାଡି ନଂ.ଓଆର-୦୨-ବିସି -୨୨୨୧ ବୋଲି ଜଣାପଡିଛି l ଏ ନେଇ କେଶ ନଂ. ୫୬/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରା ଯାଇଥିବା ବିଷୟ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧୂକାରୀ ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.